ଏଟିଏମ୍‌ ଭାଙ୍ଗି ୨୫ଲକ୍ଷ ଟଙ୍କା ନେଇଗଲେ

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ସହର ସ୍ଥିତ ଅମ୍ବିକାଇ ଛକ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍ ଭାଙ୍ଗି ୨୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଆଜି ଏଟିଏମକୁ ଟଙ୍କା ଉଠାଇବା ଲାଗି ଗ୍ରାହକ ଯିବା ପରେ ଘଟଣା ଜଣାପଡ଼ିଥିଲା। ଖବରପାଇ ଖୋଦ ଯାଜପୁର ଏସ୍‌ପି  ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏଟିଏମରୁ ୨୫ ଲକ୍ଷରୁ ଅଧିକ ଟଙ୍କା […]

jajpur00

Tapaswini Nayak
  • Published: Tuesday, 01 October 2019
  • , Updated: 02 October 2019, 09:17 AM IST

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ସହର ସ୍ଥିତ ଅମ୍ବିକାଇ ଛକ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍ ଭାଙ୍ଗି ୨୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି।

ଆଜି ଏଟିଏମକୁ ଟଙ୍କା ଉଠାଇବା ଲାଗି ଗ୍ରାହକ ଯିବା ପରେ ଘଟଣା ଜଣାପଡ଼ିଥିଲା। ଖବରପାଇ ଖୋଦ ଯାଜପୁର ଏସ୍‌ପି  ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏଟିଏମରୁ ୨୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Related story