ଆଟ୍ରୋସିଟି କେସଗୁଡ଼ିକର ତୁରନ୍ତ ବିଚାର ପାଇଁ ପ୍ରତିଷ୍ଠା ହେବ ୩ଟି ସ୍ୱତନ୍ତ୍ର କୋର୍ଟ

ଭୁବନେଶ୍ୱର: ଅନୁସୂଚିତ ଜାତି ବ୍ୟକ୍ତିଙ୍କ ବିରୋଧରେ ଥିବା ଆଟ୍ରୋସିଟି କେସଗୁଡ଼ିକର ତୁରନ୍ତ ବିଚାର ପାଇଁ କଟକ, ବଲାଙ୍ଗୀର ଓ ବାଲେଶ୍ୱରରେ ୩ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବ। ଏଥିପାଇଁ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାର୨ କୋଟି ଟଙ୍କା ଲେଖାଏଁ ମଂଜୁର କରିଛନ୍ତି।ସରକାର ଅନୁସୂଚିତ ଜାତି କଲ୍ୟାଣ ଉପଦେଷ୍ଟା କମିଟି ବୈଠକରେ ଏହି ସୂଚନା ଦେଇଛନ୍ତି । ସେହିପରି ୪୦ଟି ଆଇନ ସହାୟତା କେନ୍ଦ୍ର ତୁରନ୍ତ ନିର୍ମାଣ କରାଯିବ। ଜାତି ଭିତ୍ତିକ ବିବାହ କରିଥିବା ୮୦୨ ଦମ୍ପତ୍ତିଙ୍କୁ ୩ କୋଟି […]

sacrate

sacrate

Rakesh Mallick
  • Published: Friday, 05 June 2015
  • Updated: 05 June 2015, 11:43 AM IST

Sports

Latest News

ଭୁବନେଶ୍ୱର: ଅନୁସୂଚିତ ଜାତି ବ୍ୟକ୍ତିଙ୍କ ବିରୋଧରେ ଥିବା ଆଟ୍ରୋସିଟି କେସଗୁଡ଼ିକର ତୁରନ୍ତ ବିଚାର ପାଇଁ କଟକ, ବଲାଙ୍ଗୀର ଓ ବାଲେଶ୍ୱରରେ ୩ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବ। ଏଥିପାଇଁ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାର୨ କୋଟି ଟଙ୍କା ଲେଖାଏଁ ମଂଜୁର କରିଛନ୍ତି।ସରକାର ଅନୁସୂଚିତ ଜାତି କଲ୍ୟାଣ ଉପଦେଷ୍ଟା କମିଟି ବୈଠକରେ ଏହି ସୂଚନା ଦେଇଛନ୍ତି । ସେହିପରି ୪୦ଟି ଆଇନ ସହାୟତା କେନ୍ଦ୍ର ତୁରନ୍ତ ନିର୍ମାଣ କରାଯିବ। ଜାତି ଭିତ୍ତିକ ବିବାହ କରିଥିବା ୮୦୨ ଦମ୍ପତ୍ତିଙ୍କୁ ୩ କୋଟି ୮୬ ଲକ୍ଷ ଟଙ୍କା ପ୍ରୋତ୍ସାହନ ଦିଆଯାଇଛି ବୋଲି ମଧ୍ୟ ସରକାର ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ସୁଆଗିରି, ମାହାର, ରାଢ଼ୀ, ନିଆରି, ଗିରଗିରିଆ ଓ ଘଣି ଜାତିଙ୍କୁ ବି ଏସସି ତାଲିକାଭୁକ୍ତ କରାଯାଇଛି । ୧୧ଟି ଜିଲ୍ଲାରେ ୫୫ଟି ଛାତ୍ର-ଛାତ୍ରୀ ନିବାସ ନିର୍ମାଣ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos