ସୁଧ ଟଙ୍କାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଜଣଙ୍କୁ ହାଣିଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସୁଧ ଟଙ୍କା କାରବାରକୁ ନେଇ ହୋଇଛି ଗୋଷ୍ଠୀ ସଂଘର୍ଷ। ବାଲେଶ୍ୱର ସହରର ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର କିଛି ଯୁବକ ବଇଁଚା ଗାଁର କିଛି ଲୋକଙ୍କୁ ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ସୁଧ ଟଙ୍କା କାରବାରକୁ ନେଇ ବଇଁଚା ଗାଁର ଜଣେ ଯୁବକ ଧରାଛୁଆଁ ଦେଉ ନ ଥିବା ବେଳେ  ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର କିଛି ଯୁବକ ତାଙ୍କୁ ଖୋଜୁଥିଲେ। ଗତକାଲି ରାତିରେ ଉଭୟ […]

attack-2

Niharika Rout
  • Published: Tuesday, 30 June 2020
  • , Updated: 30 June 2020, 08:19 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସୁଧ ଟଙ୍କା କାରବାରକୁ ନେଇ ହୋଇଛି ଗୋଷ୍ଠୀ ସଂଘର୍ଷ। ବାଲେଶ୍ୱର ସହରର ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର କିଛି ଯୁବକ ବଇଁଚା ଗାଁର କିଛି ଲୋକଙ୍କୁ ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସୁଧ ଟଙ୍କା କାରବାରକୁ ନେଇ ବଇଁଚା ଗାଁର ଜଣେ ଯୁବକ ଧରାଛୁଆଁ ଦେଉ ନ ଥିବା ବେଳେ  ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର କିଛି ଯୁବକ ତାଙ୍କୁ ଖୋଜୁଥିଲେ। ଗତକାଲି ରାତିରେ ଉଭୟ ଗାଁର ୧୦ରୁ ୧୨ ଯୁବକ ବଇଁଚା ଗାଁରେ ପଶି ଟଙ୍କା ନେଇଥିବା ଯୁବକଙ୍କୁ ପାଇ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଉକ୍ତ ଗାଁର ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ସମସ୍ତ ୫ ଆହତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ପୁଲିସ୍‌ କାହାକୁ ଏଯାଏଁ ଗିରଫ କରିନଥିବା ସୂଚନା ମିଳିଛି।   

 

Related story