ଧାନନଗରରେ ପ୍ରଚାର ଟେନସନ, ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି ସରପଞ୍ଚ

ଭଦ୍ରକ( ପାର୍ଥ ସାରଥୀ ନାୟକ ): ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା । ପ୍ରଚାର ଯେତିକି ଆଗକୁ ବଢୁଛି ରାଜନୀତି ସେତିକି ସରଗରମ ହେଉଛି । ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି, ବିଜେଡି। ଏପରିକି ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ସରପଞ୍ଚ ଓ ତାଙ୍କ ବାପା ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ ଧାମନଗରରେ ଦେଖାଦେଇଛି ଟେନସନ । ଆକ୍ରମଣର ଶିକାର ହୋଇଛନ୍ତି ତିହିଡି ବ୍ଲକ […]

bjp

  • Published: Monday, 24 October 2022
  • , Updated: 24 October 2022, 10:55 AM IST

ଭଦ୍ରକ( ପାର୍ଥ ସାରଥୀ ନାୟକ ): ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା । ପ୍ରଚାର ଯେତିକି ଆଗକୁ ବଢୁଛି ରାଜନୀତି ସେତିକି ସରଗରମ ହେଉଛି । ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି, ବିଜେଡି। ଏପରିକି ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ସରପଞ୍ଚ ଓ ତାଙ୍କ ବାପା ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ ଧାମନଗରରେ ଦେଖାଦେଇଛି ଟେନସନ । ଆକ୍ରମଣର ଶିକାର ହୋଇଛନ୍ତି ତିହିଡି ବ୍ଲକ ଦୋଳସାହିର ରାଜକିଶୋର ସେଠୀ ।

ସୂଚନା ଅନୁଯାୟୀ, ଗତକାଲି  ରାଜକିଶୋର ସେଠୀ ଗୁଆମାଳରୁ ଦଳୀୟ ପତାକା ଧରି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୋଳସାହି ପଞ୍ଚାୟତର ସରପଞ୍ଚ ଓ ତାଙ୍କ ବାପା ଅତର୍କିତ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ରାଜକିଶୋର ସେଠୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି ।

ଏନେଇ ତିହିଡି ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏପଟେ ବିଜ଼େଡି କର୍ମକର୍ତ୍ତାମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ଉଠାଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ। ଏନେଇ ସେ କହିଛନ୍ତି, ଦୋଳସାହି ପଞ୍ଚାୟତର କାର୍ଯ୍ୟକର୍ତ୍ତା ରାଜକିଶୋର ସେଠୀଙ୍କୁ ସରପଞ୍ଚ ଓ ତାଙ୍କ ବାପା ଆକ୍ରମଣ କରିଛନ୍ତି। ବିଜେଡି ଚିରାଚିରତ ଭାବେ ଆକ୍ରମଣ ପନ୍ଥା ଆପଣେଇ ନେଇଛି। ଏହାକୁ ଦୃଢ ନିନ୍ଦା କରୁଛୁ।  ତେବେ ଏନେଇ ବିଜ଼େଡିର ପ୍ରତିକ୍ରିୟା ମିଳିପାରିନି  ।

ଧାମନଗରରେ ଏବେ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପିର ସୂର୍ଯ୍ୟବଂଶୀ ସୁରଜ, ବିଜେଡିର ଅବନ୍ତୀ ଦାସ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି । ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ବିଜେଡିରୁ ବହିଷ୍କୃତ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପଛରେ ନାହାନ୍ତି । ସେ ତାଙ୍କର ସମର୍ଥକଙ୍କୁ ଧରି ଜୋରସୋରରେ ସେ ପ୍ରଚାର ଚଳାଇଛନ୍ତି ।

ଗତକାଲି ତିହିଡି ବ୍ଲକର ବିଭିନ୍ନ  ପଞ୍ଚାୟତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି  ଓ ଧାମନଗର ବ୍ଲକରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକର ବିଭିନ୍ନ ପଂଚାୟତ ଏବଂ ବିଜେଡି ଧାମନଗର ଏନ୍ଏସିରେ ରୋଡ୍ ସୋ କରିଥିଲେ  ।

Related story