ରୋଷେୟାଙ୍କୁ ଛୁରା ମାଡ଼

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ପଞ୍ଚାୟତ ଟିଏମସି ରୋଷେୟାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ରୋଷେୟା ହେଲେ ଅନନ୍ତ ସାହୁ । ଅଭିଯୋଗ ଅନୁସାରେ ସ୍ଥାନୀୟ ବନ୍ଧବାଟୀ ଗାଁର କାଳିଆ ନାଥ ଟିଏମସିରେ ପ୍ରବେଶ କରି ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିଲେ । ତେବେ ରୋଷେୟା ଅନନ୍ତ ସାହୁ ତାଙ୍କୁ ବୁଝାସୁଝା କରି ବାହାରେ ଛାଡ଼ି ଦେଇଥିଲେ। କିନ୍ତୁ କିଛି ସମୟ ପରେ କାଳିଆ ପୁଣି ଥରେ […]

attack

Niharika Rout
  • Published: Tuesday, 14 July 2020
  • , Updated: 14 July 2020, 07:49 AM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ପଞ୍ଚାୟତ ଟିଏମସି ରୋଷେୟାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ରୋଷେୟା ହେଲେ ଅନନ୍ତ ସାହୁ ।

ଅଭିଯୋଗ ଅନୁସାରେ ସ୍ଥାନୀୟ ବନ୍ଧବାଟୀ ଗାଁର କାଳିଆ ନାଥ ଟିଏମସିରେ ପ୍ରବେଶ କରି ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିଲେ । ତେବେ ରୋଷେୟା ଅନନ୍ତ ସାହୁ ତାଙ୍କୁ ବୁଝାସୁଝା କରି ବାହାରେ ଛାଡ଼ି ଦେଇଥିଲେ। କିନ୍ତୁ କିଛି ସମୟ ପରେ କାଳିଆ ପୁଣି ଥରେ ଟିଏମସିକୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଭୁଷି ଦେଇଥିଲା । ତାଙ୍କୁ ପ୍ରଥମେ ମଣିଜଙ୍ଗା ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତିର୍ତ୍ତୋଲ ପୁଲିସ୍‌  ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Related story