ଉତୁରିଗଲା ରୋମିଓଗିରି

ଉଦଳା(ମାନସ ପାଣି): ବିଚ୍ ରାସ୍ତାରେ ନିସ୍ତୁକମାଡ। ଯିଏ ଯେମିତି ପାରିଲା ସେମିତି ଛେଚିଲା। ଛାଡିଗଲା ପ୍ରେମ ନିଶା, ଉତୁରିଗଲା ରୋମିଓଗିରି। ଜଣେ ଯୁବକଙ୍କୁ ମହିଳାଙ୍କ ଫଟୋ ଉଠାଇ ରୋମିଓଗିରି ଦେଖାଇବା ମହାଙ୍ଗା ପଡିଛି। ବଜାର ମଝିରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି । ଏଭଳି ଘଟଣା ଘଟଛି ଉଦଳା ମାର୍କେଟ ମଝିରେ। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା […]

attack

Madhupriya Mistry
  • Published: Saturday, 23 January 2021
  • , Updated: 23 January 2021, 11:14 AM IST

ଉଦଳା(ମାନସ ପାଣି): ବିଚ୍ ରାସ୍ତାରେ ନିସ୍ତୁକମାଡ। ଯିଏ ଯେମିତି ପାରିଲା ସେମିତି ଛେଚିଲା। ଛାଡିଗଲା ପ୍ରେମ ନିଶା, ଉତୁରିଗଲା ରୋମିଓଗିରି। ଜଣେ ଯୁବକଙ୍କୁ ମହିଳାଙ୍କ ଫଟୋ ଉଠାଇ ରୋମିଓଗିରି ଦେଖାଇବା ମହାଙ୍ଗା ପଡିଛି। ବଜାର ମଝିରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି । ଏଭଳି ଘଟଣା ଘଟଛି ଉଦଳା ମାର୍କେଟ ମଝିରେ। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ସେଠାରେ ଉକ୍ତ ଦୋକାନୀ ନିଜ ମୋବାଇଲାରେ ମହିଳାଙ୍କ ଅଜାଣତରେ ତାଙ୍କ ପଟୋ ଉଠାଇଥିଲେ। ଏହି ସମୟରେ ସ୍ଥାନୀୟ କିଛି ଲୋକେ ଏହାକୁ ଦେଖି ବିରୋଧ କରିଥିଲେ। ପରେ ମହିଳା ଜଣକ ମଧ୍ୟ ଏହି ଘଟଣା ବିଷୟରେ ଜାଣି ପାରିଥିଲେ । ଏହାପରେ ଉକ୍ତ ଦୋକାନୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଥିଲେ ।

ଉକ୍ତ ଯୁବକ ଜଣକ ଫଟୋ ଉଠାଉଥିବା ଧରାପଡିବା ପରେ ତାଙ୍କ ନିକଟରୁ ସ୍ଥାନୀୟ ଲୋକେ ମୋବାଇଲ‌୍‍ ନେଇ ଫଟୋକୁ ଡିଲିଟ କରିବା ପାଇଁ ବାରମ୍ୱାର ଯୁବକ ଜଣକୁ ମୋବାଇଲର ପାସୱାର୍ଡ ମାଗୁଥିଲେ ମଧ୍ୟ ଯୁବକ ଜଣକ ମୋବାଇଲ‌୍‍ ପାସୱାର୍ଡ କହୁ ନ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

Related story