ନିର୍ବାଚନୀ ପ୍ରଚାର କରୁଥିଲେ ସମିତି ସଭ୍ୟା, ହେଲା ଅତର୍କିତ ଆକ୍ରମଣ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ପଦ୍ମପୁର ଉପନିର୍ବାଚନ । ଆସନ୍ତା ୩ ତାରିଖରେ ସରିବ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ରାଜନୈତିକ ଦଳ ଜୋରସୋର ଉଦ୍ୟମ ଜାରି ରଖିଥିବା ବେଳେ ଏହା ମଧ୍ୟରେ ରାଜନୈତିକ ହିଂସା ବି ଦେଖିବାକୁ ମିଳିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଜଣେ  ବିଜେପି ମହିଳା କର୍ମୀଙ୍କୁ ଗୁରୁତର ଆକ୍ରମଣ ସହ ଜାତିଆଣ ଆକ୍ଷେପ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳାଜଣକ ହେଉଛନ୍ତି ନିରୁପମା ବାଗ। ସେ […]

bjp

  • Published: Thursday, 01 December 2022
  • , Updated: 01 December 2022, 12:08 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ପଦ୍ମପୁର ଉପନିର୍ବାଚନ । ଆସନ୍ତା ୩ ତାରିଖରେ ସରିବ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ରାଜନୈତିକ ଦଳ ଜୋରସୋର ଉଦ୍ୟମ ଜାରି ରଖିଥିବା ବେଳେ ଏହା ମଧ୍ୟରେ ରାଜନୈତିକ ହିଂସା ବି ଦେଖିବାକୁ ମିଳିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଜଣେ  ବିଜେପି ମହିଳା କର୍ମୀଙ୍କୁ ଗୁରୁତର ଆକ୍ରମଣ ସହ ଜାତିଆଣ ଆକ୍ଷେପ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳାଜଣକ ହେଉଛନ୍ତି ନିରୁପମା ବାଗ। ସେ ପାଇକମାଳର ସମିତି ସଭ୍ୟା ଥିବା ଜଣାଯାଇଛି।

ନିରୁପମା  ପାଇକମାଳ ବଢେଇପଡ଼ା ଅଞ୍ଚଳରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ବିଜେଡିର ଜଣେ ମହିଳା କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ନିରୁପମାଙ୍କୁ ପ୍ରଥମେ ପାଇକମାଳ ମେଡିକାଲ ଓ ପଦ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛ। ଖବର ପାଇ ବିଜେପିର ତୁଙ୍ଗ ନେତା ମେଡିକାଲରେ ପହଞ୍ଚି ନିରୁପମାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଆକ୍ରମଣରେ ଆହତ ନିରୁପମା ବାଗ ପାଇକମାଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ମହିଳା ଜାତିଆଣ ଆକ୍ଷେପ କରି ତାଙ୍କ ସମ୍ମାନହାନୀ କରିଥିବା ବି ନିରୁପମା ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ,  ଆସନ୍ତା ୩ ତାରିଖରେ  ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବ । ଏଥିନିମନ୍ତେ    ଦିନ ରାତି ଏକ୍ କରିଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।  ରାଲି ହେଉଛି, ସଭା ହେଉଛି, ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀ  । ଗତ ୨ ଦିନ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ସଭା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍ ମାଗିବେ । କଂଗ୍ରେସ ପ୍ରାର୍ଥୀ ମଧ୍ୟ ଦଳୀୟ ନେତାଙ୍କ ଦସହ ପ୍ରଚାର ଚଳାଇଛନ୍ତି ।  ଆସନ୍ତା ୫ ତାରିଖରେ ପଦ୍ମପୁରବାସୀ ବାଛିବେ ନିଜ ପ୍ରିୟ, ନେତା ।

Related story