ଟ୍ୟୁସନ୍‌ରୁ ନାବାଳିକା ଫେରୁଥିବା ବେଳେ ଦୁଷ୍କର୍ମ ଉଦ୍ୟମ

ଖଲ୍ଲିକୋଟ:(ଓଡ଼ିଶା ରିପୋର୍ଟର): ଟ୍ୟୁସନରୁ ଫେରୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ରମ୍ଭା ଥାନା ଅଞ୍ଚଳରେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ରମ୍ଭା ଥାନାରେ ଅଭିଯୋଗ ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ୧୪ ବର୍ଷୀୟ ସମ୍ପୃକ୍ତ ନାବବାଳିକା ଗତ ୨୪ ତାରିଖରେ  କୋଚିଂ କ୍ଲାସ ଶେଷ କରି ସକାଳେ ସାଇକଲେରେ ଫେରୁଥିଲେ । ତେବେ କଣ୍ଠାପଡ଼ା ଛକଠାରୁ  ପାଲରୁ ରୋଡ଼ ପାର୍ଶ୍ୱରେ […]

rape

rape

Tapas Behera
  • Published: Saturday, 24 October 2020
  • Updated: 24 October 2020, 03:59 PM IST

Sports

Latest News

ଖଲ୍ଲିକୋଟ:(ଓଡ଼ିଶା ରିପୋର୍ଟର): ଟ୍ୟୁସନରୁ ଫେରୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ରମ୍ଭା ଥାନା ଅଞ୍ଚଳରେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ରମ୍ଭା ଥାନାରେ ଅଭିଯୋଗ ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ୧୪ ବର୍ଷୀୟ ସମ୍ପୃକ୍ତ ନାବବାଳିକା

ଗତ ୨୪ ତାରିଖରେ  କୋଚିଂ କ୍ଲାସ ଶେଷ କରି ସକାଳେ ସାଇକଲେରେ ଫେରୁଥିଲେ । ତେବେ କଣ୍ଠାପଡ଼ା ଛକଠାରୁ  ପାଲରୁ ରୋଡ଼ ପାର୍ଶ୍ୱରେ କରୁଣ ନାହାକ ନାମକ ଜଣେ ଯୁବକ ତାଙ୍କୁ ଅଟକାଇଥିଲେ।  ସେଠାରେ ସେ ତାଙ୍କୁ ଟଣା ଓଟରା କରିବା ସହ  ଟେକି ନେଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ।

ତେବେ ଝିଅର ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ପରେ ଅଭିଯୁକ୍ତ ଜଣକ ସେଠାରୁ ଖସି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos