ଅତ୍ୟଧିକ ଫାଇନ୍ ଆଦାୟ ପ୍ରସଙ୍ଗ: ଦୁଇ ତହସିଲଦାରଙ୍କ ବିରୋଧରେ କୋରାପୁଟ ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଲମତାପୁଟ: ବାଲି ବୋଝେଇ ଗାଡ଼ିଗୁଡ଼ିକ ଉପରେ ମାଛକୁଣ୍ଡ ଓ ବୈପାରିଗୁଡ଼ା ତହସିଲଦାର ଅତ୍ୟଧିକ ଫାଇନ୍ କରୁଥିବା ନେଇ କୋରାପୁଟ ଉପ-ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଟ୍ରାକ୍ଟର ଓ ଟ୍ରକ ମାଲିକମାନେ। ସେମାନେ ଉପ-ଜିଲ୍ଲାପାଳଙ୍କୁ କହିଛନ୍ତି ଯେ ଇନ୍ଦିରା ଆବାସ,ମୋ କୁଡିଆ ଓ ବିଜୁ ପକ୍କାଘର ନିର୍ମାଣ ପାଇଁ ବାଲି ଦରକାର।  ଲମତାପୁଟ ବ୍ଲକ ଅଞ୍ଚଳରେ ବାଲି ମିଳୁ ନଥିବା ଯୋଗୁଁ ବୈପାରିଗୁଡ଼ା ବ୍ଲକର ମଉଲି ଗାଁରୁ ବାଲି ଆଣିବାକୁ ପଡିଥାଏ। […]

lamataput

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 03:36 PM IST

ଲମତାପୁଟ: ବାଲି ବୋଝେଇ ଗାଡ଼ିଗୁଡ଼ିକ ଉପରେ ମାଛକୁଣ୍ଡ ଓ ବୈପାରିଗୁଡ଼ା ତହସିଲଦାର ଅତ୍ୟଧିକ ଫାଇନ୍ କରୁଥିବା ନେଇ କୋରାପୁଟ ଉପ-ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଟ୍ରାକ୍ଟର ଓ ଟ୍ରକ ମାଲିକମାନେ। ସେମାନେ ଉପ-ଜିଲ୍ଲାପାଳଙ୍କୁ କହିଛନ୍ତି ଯେ ଇନ୍ଦିରା ଆବାସ,ମୋ କୁଡିଆ ଓ ବିଜୁ ପକ୍କାଘର ନିର୍ମାଣ ପାଇଁ ବାଲି ଦରକାର।  ଲମତାପୁଟ ବ୍ଲକ ଅଞ୍ଚଳରେ ବାଲି ମିଳୁ ନଥିବା ଯୋଗୁଁ ବୈପାରିଗୁଡ଼ା ବ୍ଲକର ମଉଲି ଗାଁରୁ ବାଲି ଆଣିବାକୁ ପଡିଥାଏ। ତେଣୁ ଲୋକେ ସେମାନଙ୍କ ଗାଡ଼ିଗୁଡ଼ିକୁ ଭଡ଼ାରେ ନିଅନ୍ତି।  ଏହି ସବୁ କାର୍ଯ୍ୟରେ ରୟାଲଟି ଛାଡ ରହିଥିଲେ ମଧ୍ୟ ଭଡାରେ ଯାଇଥିବା ବାଲି ବୋଝେଇ ଗାଡ଼ିଗୁଡ଼ିକରୁ ୫ ହଜାର ଠାରୁ ୨୫ ହଜାର ଟଙ୍କା ଫାଇନ ଆଦାୟ କରାଯାଉଛି।  ମାଛକୁଣ୍ଡ ଓ ବୈପାରିଗୁଡ଼ା ତହସିଲଦାର ଏହିଭଳି ମାତ୍ରାଧିକ ଫାଇନ ଆଦାୟ କରୁଛନ୍ତି।  ଏହାର ତୁରନ୍ତ ସମାଧାନ କରାଯିବା ବୋଲି କୋରାପୁଟ ଉପ-ଜିଲାପାଳ ମହମ୍ମଦ ଆଜଫର ଗାଡିମାଲିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Related story