ଭାଇରାଲ୍‌ ହେଉଛି ମୃତ ପ୍ରେମିକ ଓ ପ୍ରେମିକାଙ୍କ ଅଡ଼ିଓ; ‘ପିଣ୍ଟୁଆ ପାଇଁ ଆମେ ମରୁଛୁ’

ଯାଜପୁର (ସଞ୍ଜିବ ନାୟକ): ‘ଆମ ମରିବାର କାରଣ ହେଉଛି କେବଳ ପିଣ୍ଟୁଆ’। ଏବେ ଏହି ଅଡିଓଟି ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏହି ଅଡିଓଟି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗଣପତିପାଟଣା ଗାଁରେ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କର ବୋଲି ସନ୍ଦେହ କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସେହି ପିଣ୍ଟୁଆ କିଏ? ତାଙ୍କ ପାଇଁ କାହିଁକି ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ? ମଙ୍ଗଳପୁର ଥାନା ଗଣପତିପାଟଣା ଗାଁର ଯୁବକ ପ୍ରତାପ ଦାସ। ସେ ପେଶାରେ ଜଣେ […]

couple

couple

Manoranjan Sial
  • Published: Monday, 03 January 2022
  • Updated: 03 January 2022, 04:43 PM IST

Sports

Latest News

ଯାଜପୁର (ସଞ୍ଜିବ ନାୟକ): ‘ଆମ ମରିବାର କାରଣ ହେଉଛି କେବଳ ପିଣ୍ଟୁଆ’। ଏବେ ଏହି ଅଡିଓଟି ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏହି ଅଡିଓଟି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗଣପତିପାଟଣା ଗାଁରେ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କର ବୋଲି ସନ୍ଦେହ କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସେହି ପିଣ୍ଟୁଆ କିଏ? ତାଙ୍କ ପାଇଁ କାହିଁକି ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ?

ମଙ୍ଗଳପୁର ଥାନା ଗଣପତିପାଟଣା ଗାଁର ଯୁବକ ପ୍ରତାପ ଦାସ। ସେ ପେଶାରେ ଜଣେ ରଙ୍ଗ ମିସ୍ତ୍ରୀ। ସେ ଦଶମ ଶ୍ରେଣୀ ପାସ୍‌ କାରିଥିବା ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ। ନାବାଳିକା ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଉଭୟ ଭିନ୍ନ ଜାତିରେ ହୋଇଥିବାରୁ ନିଜ ପ୍ରେମ ସମ୍ପର୍କରେ କାହାକୁ କହୁନଥିଲେ। ସମୟ ସୁବିଧା ଦେଖି କହିବେ ବୋଲି ଉଭୟ ଯୋଜନା କରିଥିଲେ।

ଦୁର୍ଭାଗ୍ୟକୁ ଉଭୟଙ୍କ ପ୍ରେମ କାହାଣୀ ଜାଣିନେଇଥିଲା ଜଣେ ଯୁବକ। ସେ ବାରମ୍ୱର ନାବାଳିକାକୁ ଫୋନ୍‌ କରି ଶାରୀରିକ ସମ୍ପର୍କ ରଖିବାକୁ କହୁଥିଲା। ଆଉ ଶାରୀରିକ ସମ୍ପର୍କ ନରଖିଲେ ପରିବାର ଲୋକଙ୍କୁ କହିଦେବ ବୋଲି ନାବାଳିକାକୁ ଧମକ ଚମକ ଦେଉଥିଲା। ଏ ସମ୍ପର୍କରେ ନାବାଳିକା ପ୍ରେମିକା ତା’ଙ୍କ ପ୍ରେମିକଙ୍କୁ କହିଥିଲେ। ଏହା ପରେ ଉଭୟ ଚରମ ନିଷ୍ପତ୍ତି ନେଇଥିଲେ।

ଉଭୟ ପ୍ରେମିକ ଓ ପ୍ରେମିକା ଶନିବାର ବିଳମ୍ୱିତ ରାତିରେ ଗାଁ ମୁଣ୍ଡ ବରଗଛ ପାଖକୁ ଆସିଥିଲେ। ସେଠାରେ ଝୁଲି ପଡ଼ିଥିଲେ। ଗାଁ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଘଟଣା ସ୍ଥଳରୁ ଗୋଟିଏ ବ୍ୟାଗ୍‌, ସିନ୍ଦୂର ଫରୁଆ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ୍‌ ସନ୍ଦେହ କରୁଛି।

ସେପଟେ ଏବେ ଏକ ଅଡ଼ିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ପ୍ରତାପ ଓ ତାଙ୍କ ପ୍ରେମିକା କହୁଛନ୍ତି, ଆମ ମରିବାର କାରଣ ହେଉଛି କେବଳ ପିଣ୍ଟୁଆ। ତେବେ ଏଠି ପ୍ରଶ୍ନ ଉଠୁଛି ପିଟୁଣ୍ଟୁଆ କିଏ? ମରିବା ପୂର୍ବରୁ ସେମାନେ କାହିଁକି ତାଙ୍କ ନାମ ନେଇଛନ୍ତି? ପ୍ରତାପ ଓ ତାଙ୍କ ପ୍ରେମିକାଙ୍କ କୋହଭରା ଅଡ଼ିଓ ଭାଇରାଲ୍‌ ପରେ ଏବେ ଅନେକ ପ୍ରଶ୍ନବାଚୀ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story