ଦୁଇ ଅଟୋ ମୁହାଁମୁହିଁ ଧକ୍କା, ଦୁଇ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ମୁଣ୍ଡାଗୁଡ଼ା ଛକ ପୋଲ ଉପରେ ଆଜି ଦୁଇଟି ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଶ୍ରମିକମାନେ କାମ ସାରି ଘରକୁ ଫେରୁଥିବା ବେଳେ ମୁଣ୍ଡାଗୁଡ଼ା ପୋଲ ଉପରେ ଦୁଇଟି ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଗୋଟିଏ ଅଟୋ ପୋଲ ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ […]

accident

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 10:51 PM IST

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ମୁଣ୍ଡାଗୁଡ଼ା ଛକ ପୋଲ ଉପରେ ଆଜି ଦୁଇଟି ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଶ୍ରମିକମାନେ କାମ ସାରି ଘରକୁ ଫେରୁଥିବା ବେଳେ ମୁଣ୍ଡାଗୁଡ଼ା ପୋଲ ଉପରେ ଦୁଇଟି ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଗୋଟିଏ ଅଟୋ ପୋଲ ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

Related story