ବାହାଘର ଭୋଜିରୁ ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ବାହାଘର ଭୋଜିରୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଫଳରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ୧୦ ବର୍ଷର ପିଲା ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଘଟିଛି। ଶୁଶବ ଗାଁର ରଜ କୁମ୍ଭାର ଓ ତାଙ୍କ ସମ୍ପର୍କୀୟମାନେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଅଟୋରେ ଗୁରୁଣ୍ଡିଆ ମୁଣ୍ଡା ଯାଇଥିଲେ। ଭୋଜିରୁ ଫେରୁଥିବା ବେଳେ ୪୯ […]

auto-accident-in-angul

Manoranjan Sial
  • Published: Thursday, 05 March 2020
  • , Updated: 05 March 2020, 06:20 PM IST

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ବାହାଘର ଭୋଜିରୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଫଳରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ୧୦ ବର୍ଷର ପିଲା ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଘଟିଛି।

ଶୁଶବ ଗାଁର ରଜ କୁମ୍ଭାର ଓ ତାଙ୍କ ସମ୍ପର୍କୀୟମାନେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଅଟୋରେ ଗୁରୁଣ୍ଡିଆ ମୁଣ୍ଡା ଯାଇଥିଲେ। ଭୋଜିରୁ ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକରେ ପଛପଟୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ୯ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ପାଲଲହଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story