ରାସ୍ତା କାମ ସାରି ଫେରୁଥିଲେ, ଧକ୍କା ଦେଲା ଟ୍ରେଲର

ମୟୂରଭଞ୍ଜ(ମାଣିକ ଲାଲ୍‌ ପାଣି): ରାସ୍ତା କାମ ସାରି ଅଟୋରେ ଘରକୁ ଫେରୁଥିଲେ। ଧକ୍କାଦେଲା ଟ୍ରେଲର। ଫଳରେ ୧୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ାମରା ଛକରେ ଘଟିଛି। କାଠଶିରିଡି ଗାଁର ୧୬ ଜଣ ଶ୍ରମିକ ରାସ୍ତା କାମ କରିବାକୁ ଯାଇଥିଲେ। ସେମାନେ କାମ ସାରି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ଏକ ଟ୍ରେଲର ଧକ୍କା ଦେଇଥିଲା। […]

auto accident in baripada

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 05:09 PM IST

ମୟୂରଭଞ୍ଜ(ମାଣିକ ଲାଲ୍‌ ପାଣି): ରାସ୍ତା କାମ ସାରି ଅଟୋରେ ଘରକୁ ଫେରୁଥିଲେ। ଧକ୍କାଦେଲା ଟ୍ରେଲର। ଫଳରେ ୧୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ାମରା ଛକରେ ଘଟିଛି।

କାଠଶିରିଡି ଗାଁର ୧୬ ଜଣ ଶ୍ରମିକ ରାସ୍ତା କାମ କରିବାକୁ ଯାଇଥିଲେ। ସେମାନେ କାମ ସାରି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ଏକ ଟ୍ରେଲର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିବା ଟ୍ରେଲର ଚାଳକକୁ ଅଟକ ରଖିଛି।

Related story