ପାତାଳି ନଦୀକୁ ଖସି ପଡ଼ିଲା ଅଟୋ ଓ କାର

କୋରାପୁଟ(ସୂର୍ଯ୍ୟ ପଣ୍ଡା): ପାତାଳି ନଦୀକୁ ଖସି ପଡ଼ିଲା ଅଟୋ ଓ କାର। ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋରେ ଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରାତିରେ ଅନ୍ଧାର ହୋଇ ଯାଇଥିବାରୁ ଏବେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଞ୍ଚଳରେ ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାତି ପ୍ରାୟ ୮ଟା ହେବ। ପାଡୁଆ ଥାନା ଜାଲିପୁଟ ନିକଟରେ ଅଟୋ ଓ କାର୍‌ ମୁହାଁମୁହିଁ ଧକ୍କା […]

car

Manoranjan Sial
  • Published: Tuesday, 03 November 2020
  • , Updated: 03 November 2020, 09:50 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ପାତାଳି ନଦୀକୁ ଖସି ପଡ଼ିଲା ଅଟୋ ଓ କାର। ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋରେ ଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରାତିରେ ଅନ୍ଧାର ହୋଇ ଯାଇଥିବାରୁ ଏବେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଞ୍ଚଳରେ ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ରାତି ପ୍ରାୟ ୮ଟା ହେବ। ପାଡୁଆ ଥାନା ଜାଲିପୁଟ ନିକଟରେ ଅଟୋ ଓ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗାଡ଼ି ଦୁଇଟି ପାତାଳୀ ନଦୀକୁ ଖସି ପଡ଼ିଥିଲା। ଅଟୋରେ ଥିବା ୪ ଯାତ୍ରୀ ପହଁରି ପହଁରି କୂଳକୁ ଆସିଥିଲେ। ହେଲେ କାର୍‌ ଭିତରୁ କେହି ବାହାରି ପାରିନଥିଲେ। ସ୍ଥାନୀୟ ଲୋକ ଏନେଇ ଥାନା ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ହେଲେ ରାତି ହୋଇଯାଇଥିବାରୁ କାର୍‌ ଭିତରୁ ଅନ୍ୟ କେହି ଅଛନ୍ତି କି ନାହିଁ ଜଣାପଡ଼ିନାହିଁ। ଏବେ ମଧ୍ୟ ନଦୀ ଗର୍ଭରେ କାର ଓ ଅଟୋ ପଡ଼ି ରହିଛି। ଏପର୍ଯ୍ୟନ୍ତ ମୃତ ଯୁବତୀଙ୍କ ପରିଚୟ ମିଳିନି।

Related story