ମହଙ୍ଗା ପଡ଼ିଲା ଅସଦାଚରଣ, ଚପଲରେ ପିଟିଲେ ଛାତ୍ରୀ

ଭଦ୍ରକ(ଓଡ଼ିଶା ରିପୋର୍ଟର): ନାରୀ ଅବଳା, ଦୁର୍ବଳା ନୁହେଁ। ଏକଥା ନିଜେ ହୃଦୟଙ୍ଗମ କରି ସାରିଲାଣି ଆଜିର ନାରୀ। ଯେକୌଣସି ଅସ୍ୱସ୍ତିକର ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ମାନସିକ ଓ ଶାରୀରିକ ଭାବେ ମଧ୍ୟ ପ୍ରସ୍ତୁତ ରଖୁଛି । ନିଜର ଇଜ୍ଜତ, ମାନସମ୍ମାନ ବଞ୍ଚାଇବା ଲାଗି ଅନ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ସେ ହେଲାଣି ଆତ୍ମନିର୍ଭରଶୀଳ। ନାରୀର ଏପରି ସାହସକୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଉଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।  ଏହି ଘଟଣାଟି […]

bhadrak.jpg999

Tapaswini Nayak
  • Published: Saturday, 24 August 2019
  • , Updated: 24 August 2019, 02:43 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ନାରୀ ଅବଳା, ଦୁର୍ବଳା ନୁହେଁ। ଏକଥା ନିଜେ ହୃଦୟଙ୍ଗମ କରି ସାରିଲାଣି ଆଜିର ନାରୀ। ଯେକୌଣସି ଅସ୍ୱସ୍ତିକର ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ମାନସିକ ଓ ଶାରୀରିକ ଭାବେ ମଧ୍ୟ ପ୍ରସ୍ତୁତ ରଖୁଛି । ନିଜର ଇଜ୍ଜତ, ମାନସମ୍ମାନ ବଞ୍ଚାଇବା ଲାଗି ଅନ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ସେ ହେଲାଣି ଆତ୍ମନିର୍ଭରଶୀଳ। ନାରୀର ଏପରି ସାହସକୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଉଛି।

ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।  ଏହି ଘଟଣାଟି ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ କି ଅସଦାଚରଣ କରିଥିବା ଯୁବକଙ୍କୁ ବିଚ୍‌ ରାସ୍ତାରେ ଚପଲରେ ପିଟିବାକୁ ପଛାଉ ନାହାନ୍ତି ଯୁବତୀଜଣକ।

ମିଳିଥିବା ସୂଚନା ଅନୁସାରେ,ଗତକାଲି ଅପରାହ୍ଣରେ ଛାତ୍ରୀ ଜଣକ ଚରମ୍ପାରୁ ଅଟୋ ଯୋଗେ ଭଦ୍ରକ ବନ୍ତ ଛକକୁ ଆସୁଥିଲେ। ପଛ ସିଟ୍‌ ଫୁଲ୍‌ ହୋଇ ସାରିଥିବାରୁ ଆଗରେ ବସିବାକୁ ତାଙ୍କୁ ଡ୍ରାଇଭର କହିଥିଲେ। ଏହି ସୁଯୋଗରେ ଡ୍ରାଇଭର ଜଣକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ଛାତ୍ରୀଜଣଙ୍କ ଭଦ୍ରକ ବନ୍ତ ଛକରେ ଅଟୋରୁ ଓହ୍ଲାଇ ନିଜର ପ୍ରତି ହୋଇଥିବା ଅସଦାଚରଣର ପ୍ରତିବାଦ କରିଥିଲେ।

ଉତ୍ତ୍ୟକ୍ତ ଛାତ୍ରୀଜଣକ  ଅଟୋ ଡ୍ରାଇଭରଙ୍କୁ ନିଜ ଚପଲରେ ପିଟିଥିଲେ। ଉତ୍ତ୍ୟକ୍ତ ଲୋକ ମଧ୍ୟ ଅଟୋ ଡ୍ରାଇଭରଙ୍କୁ ନିସ୍ତୁକ ପିଟିଥିଲେ। ଏହାକୁ ସେହି ସ୍ଥାନରେ ଥିବା ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ଭାଇରାଲ କରିବା ପରେ ଘଟଣାଟି ନଜର ଆସିଛି। ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି।

Related story