ଗର୍ଜିଲେ ଅଟୋ ଚାଳକ, କହିଲେ- ଫାଇନ ଗଣିବୁ ନା ପରିବାର ପୋଷିବୁ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ନୂଆ ଆରଟିଓଙ୍କ ବିରୋଧରେ ତାତିଲେ ଶହ ଶହ ଅଟୋ ଚାଳକ । ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ରାସ୍ତାରେ ଅଟୋ ଗଡ଼ି ନ ଥିବା ବେଳେ ପ୍ରାୟ ୫ଶହ ଅଟୋ ଚାଳକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଅଟୋ ଚାଳକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିବା ବେଳେ ଆରଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରାୟ ମାସେ ହେବ ପାରଳାଖେମୁଣ୍ଡିକୁ ନୂଆ ଆରଟିଓ ଆସିଛନ୍ତି। ହେଲେ ଅଟୋ ଚାଳକମାନେ […]

auto

  • Published: Tuesday, 06 December 2022
  • , Updated: 06 December 2022, 02:42 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ନୂଆ ଆରଟିଓଙ୍କ ବିରୋଧରେ ତାତିଲେ ଶହ ଶହ ଅଟୋ ଚାଳକ । ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ରାସ୍ତାରେ ଅଟୋ ଗଡ଼ି ନ ଥିବା ବେଳେ ପ୍ରାୟ ୫ଶହ ଅଟୋ ଚାଳକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଅଟୋ ଚାଳକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିବା ବେଳେ ଆରଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପ୍ରାୟ ମାସେ ହେବ ପାରଳାଖେମୁଣ୍ଡିକୁ ନୂଆ ଆରଟିଓ ଆସିଛନ୍ତି। ହେଲେ ଅଟୋ ଚାଳକମାନେ ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ସବୁ କାଗଜପତ୍ର ଠିକ୍‌ ଥିଲେ ବି ଉଦ୍ଦେଶ୍ୟମୂଳକ ଭାବେ ଚେକିଂ ଆଳରେ ଆରଟିଓ ହଜାର ହଜାର ଟଙ୍କା ଫାଇନ ପକାଉଥିବା ଅଭିଯୋଗ ହୋଇଛି।

ସାମୟିକ ଅନୁମତି ବା ଟେମ୍ପୋରାରୀ ପରିମିଟ ଦେବା ପାଇଁ ଆରଟିଓ ଅତ୍ୟଧିକ ଲାଞ୍ଚ ମାଗୁଥିବା ଅଭିଯୋଗ ହେଉଛି । ଅଟୋକୁ ଜବତ କରି ଘଣ୍ଟା ଘଣ୍ଟା ଅଟକ ରଖି ଜାଣି ଶୁଣି ହଇରାଣ କରାଯାଉଥିବା କହିଛନ୍ତି ଅଟୋ ଚାଳକ ।

[caption id="attachment_787192" align="aligncenter" width="650"] ରାସ୍ତାରେ ଅଟୋଗୁଡ଼ିକ ଅଟକି ରହିଛି।[/caption]

ଅଟୋ ଚାଳକମାନେ କହିଛନ୍ତି, ନୂଆ ଆରଟିଓ ଆସିବା ପରଠୁ ଆମ ବେପାର ଠପ୍‌ ହୋଇଗଲାଣି। ରାସ୍ତାରେ ଅଟୋ ଗଡ଼ାଇବାକୁ ଆମକୁ ଡର ଲାଗୁଛି। ସବୁବେଳେ ୧୦ ହଜାର, ୨୦ ହଜାର ଫାଇନ୍‌ ପକାଉଛନ୍ତି। ଆମେ କେବଳ ଫାଇନ ଗଣିବୁ ନା ଆମ ପରିବାର ପୋଷିବୁ ।’

ଆରଟିଓ ନିଜ କାର୍ଯ୍ୟକଳାପରୁ ନିବୃତ୍ତ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଅଟୋ ଚାଳକମାନେ ଚେତାବନୀ ଦେଇଛନ୍ତି । ଏପରିକି ଚେକିଂକୁ କମାଇବା ସହ ରାସ୍ତାରେ ସୁରଖୁରରେ ଅଟୋ ଚଳାଇବାକୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଖବର ପାଇ ପାରଳାଖେମୁଣ୍ଡି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଅଟୋ ଚାଳକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଛି।

Related story