ଭୁବନେଶ୍ୱର ରେଳ ଷ୍ଟେସନରେ ‘ଆତ୍ମା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରେ ଲାଗିଲା ‘ଆତ୍ମା’। ପାରାଦୀପ ଫସପେଟ୍‌ ଲିମିଟେଡ୍‌ ପକ୍ଷରୁ ଏହି ‘ଆତ୍ମା’ ମେସିନ ଲାଗିଛି। ‘ଆତ୍ମା’ ହେଉଛି AUTOMATED TICKET CHEAKING AND MANAGING AXIS SYSTEM। କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ‘ଆତ୍ମା’ E-ticket ଧାରିମାନଙ୍କ ପାଇଁ। ଏହି ମେସିନ୍‌ ମୁଖ୍ୟତଃ ୪ଟି କାମ କରିବ। ଏହି ମେସିନ ଟିକେଟର ବାରକୋଡକୁ ଏହି ମେସିନ ସ୍କାନ […]

Rail

Manoranjan Sial
  • Published: Tuesday, 22 June 2021
  • , Updated: 22 June 2021, 06:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରେ ଲାଗିଲା ‘ଆତ୍ମା’। ପାରାଦୀପ ଫସପେଟ୍‌ ଲିମିଟେଡ୍‌ ପକ୍ଷରୁ ଏହି ‘ଆତ୍ମା’ ମେସିନ ଲାଗିଛି। ‘ଆତ୍ମା’ ହେଉଛି AUTOMATED TICKET CHEAKING AND MANAGING AXIS SYSTEM। କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ।

‘ଆତ୍ମା’ E-ticket ଧାରିମାନଙ୍କ ପାଇଁ। ଏହି ମେସିନ୍‌ ମୁଖ୍ୟତଃ ୪ଟି କାମ କରିବ। ଏହି ମେସିନ ଟିକେଟର ବାରକୋଡକୁ ଏହି ମେସିନ ସ୍କାନ କରିବ। ଏହା ଦ୍ୱାରା ଟିକେଟ କନ୍‌ଫର୍ମ ହୋଇଛି କି ନାହିଁ ଜଣାପଡ଼ିବ। ଟିକେଟର ସମସ୍ତ ତଥ୍ୟ ସହ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରି ଶରୀରର ତାପମାତ୍ରା ଜଣାଇବ। ଏହା ସଂପୂର୍ଣ୍ଣ ଟଚ୍‌ ପ୍ରି’ ସିଷ୍ଟମ୍‌ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହି ସେବା ଲାଗୁ ହେବ।


 

Related story