ଲାଞ୍ଚ ନେଉଥିଲେ ଆୟୁଷ ଡାକ୍ତର, ମାଡ଼ିବସିଲା ଭିଜିଲାନ୍ସ

ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଗଲେ ଆୟୁଷ ଡାକ୍ତର। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଗଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ  ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ପଚରାଉଚରା କରୁଛି। ଗତ ୧୭ ତାରିଖରେ କୁତ୍ରା- ଝାରଖଣ୍ଡ ସୀମାନ୍ତ ଗଏରବାହାଲ ଗାଁ  ଛକରେ ଏକ ଅଟୋ ଦୁର୍ଘଟଣା ହୋଇଥିଲା। ଏଥିରେ ୩ଜଣ ଆହତ […]

Docter

Tapaswini Nayak
  • Published: Friday, 22 July 2022
  • , Updated: 22 July 2022, 12:39 PM IST

ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଗଲେ ଆୟୁଷ ଡାକ୍ତର। ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଗଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ  ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

ଗତ ୧୭ ତାରିଖରେ କୁତ୍ରା- ଝାରଖଣ୍ଡ ସୀମାନ୍ତ ଗଏରବାହାଲ ଗାଁ  ଛକରେ ଏକ ଅଟୋ ଦୁର୍ଘଟଣା ହୋଇଥିଲା। ଏଥିରେ ୩ଜଣ ଆହତ ହୋଇଥିଲେ। ଅଟୋ ଚାଳକ ଆହତମାନଙ୍କୁ ନେଇ ଆୟୁଷ ଡାକ୍ତର ସାରଦାଙ୍କ ପାଖରେ ପହଞ୍ଚିଥିଲେ। ସାରଦା ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେବେ ବୋଲି କହିଥିଲେ। ଡାକ୍ତରଙ୍କ କଥାରେ ଅଟୋ ଡ୍ରାଇଭର ଭୟଭୀତ ହୋଇଯାଇ ଥିଲେ। ପୁଲିସକୁ ନ ଜଣାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ପୁଲିସକୁ ସୂଚନା  ନ ଦେବାକୁ  ଆୟୁଷ ଡାକ୍ତର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ହେଲେ ଅଟୋ ଡ୍ରାଇଭର ୧୫ ହଜାର ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ। ପରେ କଥା ୧୨ ହଜାରରେ ତୁଟିଥିଲା।  ଅଟୋ ଚାଳକ ସେଦିନ ୮ ହଜାର ଦେଇଥିବା ବେଳେ ବାକି ୪ ହଜାର ଟଙ୍କା ତୁରନ୍ତ ନଦେଲେ ପୁଲିସକୁ କହିଦେବେ ବୋଲି ଆୟୁଷ ଡାକ୍ତର ଧମକ ଦେଇଥିଲେ।

ଅଟୋ ଚାଳକ ଏନେଇ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଆୟୁଷ ଡାକ୍ତରଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଆଜି ସକାଳ ଅଟୋ ଚାଳକ ଆୟୁଷ ଡାକ୍ତରଙ୍କୁ ଗୋଏରବାହାଲ ଡାକ୍ତରଖାନା ପରିସର ସ୍ଥିତ ସରକାରୀ ନିବାସରେ ବାକି ୪ ହଜାର ଟଙ୍କା ଦେଉଥିବା ବେଳେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କ ପାଖରୁ  ଲାଞ୍ଚ ଟଙ୍କା ଜବତ କରିଥିଲା। ପରେ ଭିଜିଲାନ୍ସ ଟିମ୍‌ ମେଡିକାଲ କ୍ୟାମ୍ପସରେ ଥିବା ଆୟୁଷ  ଡାକ୍ତରଙ୍କ ସରକାରୀ କ୍ୱାର୍ଟର୍ସ ଓ ଚାମ୍ବରରେ ଚଢ଼ାଉ କରିଥିଲା।

 

Related story