ବିଟେକ୍‌ ଯୁବକଙ୍କ କଳା କାରନାମା; ଏଟିଏମ୍‌ରୁ ଲୁଟିନେଲେ ୩୪ ଲକ୍ଷ

ରାଉରକେଲା(ଓଡ଼ିଶା ରିପୋର୍ଟର): ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁ କରୁ ଲୁଟ୍‌ ବି କରୁଥିଲେ।  ନିଜ ପାସୱାର୍ଡ ସହ ନିଜ ସହକର୍ମୀଙ୍କ ପାସୱାର୍ଡ ବି ଏଥିପାଇଁ ବ୍ୟବହାର କରୁଥିଲେ। କରୋନା ମହାମାରୀ ସମୟରେ ପ୍ରାୟ ବର୍ଷେ ମଧ୍ୟରେ ଏପରି ଅଭିନବ ଉପାୟରେ ୩୪ ଲକ୍ଷ ଟଙ୍କା ଲୁଟ କରି ସାରିଛନ୍ତି ଜଣେ ହାଇଟେକ ଲୁଟେରା। ଏ ସମ୍ପର୍କରେ କେହି କିଛି ଜାଣି ପାରୁ ନଥିବା ବେଳେ ଅଡିଟ ବେଳେ ସତ ପଦାକୁ ଆସିଛି। ବିଟେକି ଡିଗ୍ରୀଧାରୀ ଏହି ଲୁଟେରା […]

5h

Niharika Rout
  • Published: Saturday, 26 June 2021
  • , Updated: 26 June 2021, 05:02 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁ କରୁ ଲୁଟ୍‌ ବି କରୁଥିଲେ।  ନିଜ ପାସୱାର୍ଡ ସହ ନିଜ ସହକର୍ମୀଙ୍କ ପାସୱାର୍ଡ ବି ଏଥିପାଇଁ ବ୍ୟବହାର କରୁଥିଲେ। କରୋନା ମହାମାରୀ ସମୟରେ ପ୍ରାୟ ବର୍ଷେ ମଧ୍ୟରେ ଏପରି ଅଭିନବ ଉପାୟରେ ୩୪ ଲକ୍ଷ ଟଙ୍କା ଲୁଟ କରି ସାରିଛନ୍ତି ଜଣେ ହାଇଟେକ ଲୁଟେରା। ଏ ସମ୍ପର୍କରେ କେହି କିଛି ଜାଣି ପାରୁ ନଥିବା ବେଳେ ଅଡିଟ ବେଳେ ସତ ପଦାକୁ ଆସିଛି। ବିଟେକି ଡିଗ୍ରୀଧାରୀ ଏହି ଲୁଟେରା ଏବେ ପୁଲିସ୍‌ କବଜାରେ ଥିବା ବେଳେ ଘଟଣାର ଖୋଳତାଡ଼ କରାଯାଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ହରିଶ୍ ଚନ୍ଦ୍ର ଦାସ ନାମକ ବିଟେକ ଡିଗ୍ରୀଧାରୀ ଯୁବକ ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀରେ ଚାକିରି କରିଥିଲେ। ଏହି କମ୍ପାନୀ ତରଫରୁ ହରିଶ୍ଚନ୍ଦ୍ର ରାଉରକେଲା ସେକ୍ଟର - 19 , ସେକ୍ଟର -7 , ଛେଣ୍ଡ ଥାନା ଅଞ୍ଚଳର ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ HDFC ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁଥିଲେ।

ମାତ୍ର ପ୍ରାୟ ବର୍ଷେ ହେବ  ନିଜର ଓ ନିଜ ସହକର୍ମୀଙ୍କ ପାସୱାର୍ଡ ବ୍ୟବହାର କରି ସେ ବିଭିନ୍ନ ଏଟିଏମ୍‌ରୁ କିଛି କିଛି ଟଙ୍କା ଉଠାଇବାରେ ଲାଗି ପଡ଼ିଥିଲେ। ଏନେଇ କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଟେର ପାଉ ନ ଥିଲେ। ହେଲେ କିଛି ଦିନ ହେବ ଅଡିଟ ସମୟରେ ଧରାପଡ଼ିଲା ହରିଶ୍ଚନ୍ଦ୍ରଙ୍କ କଳା କାରନାମା। ଏହି ୩ଟି ବ୍ୟାଙ୍କରୁ ପ୍ରାୟ ୩୪ ଲକ୍ଷ ଟଙ୍କା କମ୍‌ ଥିବା ଅଡିଟ ସମୟରେ ଜଣାପଡ଼ିଲା।

ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ରାଉରକେଲା ସେକ୍ଟର - 19 , ସେକ୍ଟର -7 , ଛେଣ୍ଡ ଥାନା ଏବଂ ରେଳବାଇ ଅଂଚଳର ଅନ୍ୟ ଏକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ଖୋଲତାଡ଼ ଆରମ୍ଭ କରି ହରିଶ୍ଚନ୍ଦ୍ରଙ୍କୁ ବାନ୍ଧିଛି। ଟଙ୍କା ଲୁଟ୍‌ ଘଟଣାକୁ ହରିଶ୍ଚନ୍ଦ୍ର ସ୍ୱୀକାର କରିଥିଲେ ବି ତାଙ୍କ ଆକାଉଣ୍ଟରୁ କିଛି ଟଙ୍କା ମିଳିପାରି ନାହିଁ। ସେ ସବୁ ଟଙ୍କା ଧାର, ଉଧାରୀ ତଥା ସୁଧ ଲଗାଇଥିବା ଜଣାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି।

Related story