ବାବା ନୁହେଁ ଧର୍ମ ଉପରେ ଆସ୍ଥା ରଖ: ଶ୍ରୀ ଶ୍ରୀ ରବିଶଙ୍କର

ଭୁବନେଶ୍ୱର: ବାବା ନୁହେଁ ଧର୍ମ ଉପରେ ଆସ୍ଥା ରଖ। ଜନ ସାଧାରଣଙ୍କୁ ଏହି ପରାମର୍ଶ ଦେଇଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର।ଏବେ ଓଡ଼ିଶାରେ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆତ୍ମଘୋଷିତ ବାବାମାନଙ୍କୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଏହା କହିଛନ୍ତି ଶ୍ରୀଶ୍ରୀ ରବିଶଙ୍କର। ସେ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ବାବାଙ୍କ ଅପେକ୍ଷା ଧର୍ମର ସ୍ଥାନ ସର୍ବୋଚ୍ଚରେ।କିଛି ଅସାଧୁ ବ୍ୟକ୍ତି ଧର୍ମ ନାମରେ ନିଜର ଫାଇଦା ଉଠାଉଛନ୍ତି। ଏପରି ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ […]

sri-sri-rabi-sankar-at-bbsr

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 02:04 PM IST

ଭୁବନେଶ୍ୱର: ବାବା ନୁହେଁ ଧର୍ମ ଉପରେ ଆସ୍ଥା ରଖ। ଜନ ସାଧାରଣଙ୍କୁ ଏହି ପରାମର୍ଶ ଦେଇଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର।ଏବେ ଓଡ଼ିଶାରେ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆତ୍ମଘୋଷିତ ବାବାମାନଙ୍କୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଏହା କହିଛନ୍ତି ଶ୍ରୀଶ୍ରୀ ରବିଶଙ୍କର। ସେ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ବାବାଙ୍କ ଅପେକ୍ଷା ଧର୍ମର ସ୍ଥାନ ସର୍ବୋଚ୍ଚରେ।କିଛି ଅସାଧୁ ବ୍ୟକ୍ତି ଧର୍ମ ନାମରେ ନିଜର ଫାଇଦା ଉଠାଉଛନ୍ତି। ଏପରି ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ବେଳେ ଓଟିଭି ସହ ଆଲୋଚନା ବେଳେ ସେ ଏହି ମତ ରଖିଛନ୍ତି।

Related story