ଜଙ୍ଗଲରେ ବାବାଙ୍କ ବେଆଇନ ଆଶ୍ରମ, ବାନ୍ଧିଲା ବନ ବିଭାଗ

କାମାକ୍ଷାନଗର(ବିଦ୍ୟାଧର ବରାଳ): ସିଲ୍‌ ହେଲା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବାଙ୍କ କୁଣ୍ଡଖୋଲସ୍ଥିତ ଆଶ୍ରମ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ ଜଙ୍ଗଲ ମଧ୍ୟରେ ଗଢି ଉଠିଥିଲା ବାବାଙ୍କ ବେଆଇନ ଆଶ୍ରମ । ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ ଜଙ୍ଗଲ ଜମି ଅକ୍ତିଆର ଅଭିଯୋଗରେ ବାବାକୁ ଗିରଫ କରିଛି ବନ ବିଭାଗ । ପ୍ରାୟ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଏହି ଆଶ୍ରମଟି […]

Arrest

  • Published: Wednesday, 21 September 2022
  • , Updated: 21 September 2022, 06:59 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ସିଲ୍‌ ହେଲା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବାଙ୍କ କୁଣ୍ଡଖୋଲସ୍ଥିତ ଆଶ୍ରମ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ ଜଙ୍ଗଲ ମଧ୍ୟରେ ଗଢି ଉଠିଥିଲା ବାବାଙ୍କ ବେଆଇନ ଆଶ୍ରମ । ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ ଜଙ୍ଗଲ ଜମି ଅକ୍ତିଆର ଅଭିଯୋଗରେ ବାବାକୁ ଗିରଫ କରିଛି ବନ ବିଭାଗ ।

ପ୍ରାୟ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଏହି ଆଶ୍ରମଟି ଗଢି ଉଠିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ କୁଣ୍ଡଖୋଲ ଆଶ୍ରମ ସିଲ୍ କରିଛି । ତେବେ ଜଣେ ବ୍ୟବସାୟୀରୁ ବାବା ପାଲଟିଥିବା ଖଣ୍ଡିଆ ବାବା ୧୯୮୪ ମସିହା ପରଠାରୁ କାମାକ୍ଷାନଗର ବ୍ଲକ ବିଜାଡିହ ,ସମାଟାଙ୍ଗି ଓ ପରେ କଙ୍କିଳିର କୁଣ୍ଡଖୋଲ ଆଶ୍ରମରେ ରହିଆସୁଥିଲେ  ।

ଲୁଗା ବେପାରୀ ଭାବେ କାର୍ଯ୍ୟ କରୁଥିବା ଅନନ୍ତ ପରବର୍ତ୍ତୀ ସମୟରେ ଏକ ବୋମା ବିସ୍ଫୋରଣରେ ନିଜ ଡାହାଣ ହାତ ହରେଇଥିଲେ।  ହଠାତ୍‌ ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେବା  ପରେ ସେ ଘର ଛାଡ଼ି ସନ୍ୟାସୀ ଭାବେ ଏଣେତେଣେ ଆଶ୍ରୟ ନେଇଥିଲେ । ଶେଷରେ କଙ୍କିଳି ଗାଁ କୁଣ୍ଡଖୋଲ ଆଶ୍ରମରେ ପହଞ୍ଚି ସେଠାରେ ସେ ଦୀର୍ଘ ବର୍ଷ ହେବ ରହି ଆସୁଥିଲେ ।

ଅଭିଯୁକ୍ତ ବାବାଙ୍କ  ତୃକ ଘର ଢେଙ୍କାନାଳ ଜିଲ୍ଲା ବଉଳପୁର ଗାଁରେ ବୋଲି ସୂଚନା  ମିଳିଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଗଢି ଉଠିଥିବା ଆଶ୍ରମଟିକୁ ଖୁବଶୀଘ୍ର ଭଙ୍ଗା ଯିବ ବୋଲି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ପ୍ରକାଶ କରିଛନ୍ତି ।

Related story