ବାବୁ ସିଂହ ବିଜେଡି ଛାଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜେଡିରେ ମିଶିଥିବା ବେଳେ ଆଉ ଜଣେ ନେତା ବିଜେଡି ଛାଡ଼ି ଦେଇଛନ୍ତି। ସେ ହେଉଛନ୍ତି ବାବୁ ସିଂହ। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ତାଙ୍କର ଇସ୍ତଫାର କାରଣ ସଂପର୍କରେ ଏଥିରେ କିଛି ଉଲ୍ଲେଖ କରି ନାହାନ୍ତି। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। […]

babusingh

Jitendra Garnayak
  • Published: Saturday, 09 March 2019
  • , Updated: 09 March 2019, 04:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜେଡିରେ ମିଶିଥିବା ବେଳେ ଆଉ ଜଣେ ନେତା ବିଜେଡି ଛାଡ଼ି ଦେଇଛନ୍ତି। ସେ ହେଉଛନ୍ତି ବାବୁ ସିଂହ।

ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ତାଙ୍କର ଇସ୍ତଫାର କାରଣ ସଂପର୍କରେ ଏଥିରେ କିଛି ଉଲ୍ଲେଖ କରି ନାହାନ୍ତି।

ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ଆଜି ତାଙ୍କ ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି।

ବାବୁ ସିଂହ କହିଛନ୍ତି ଯେ ଦଳ ତାଙ୍କୁ ହତାଦାର କରିବାରୁ ସେ ଇସ୍ତଫା ଦେଇଛନ୍ତି। ଦଳର ଜିଲ୍ଲା ସଭାପତି ତାଙ୍କୁ କଣଠେସା କରିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି।

କୁହାଯାଉଛି, ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ।

ବାବୁ ସିଂହ କେଉଁ ଦଳକୁ ଯିବେ, ତାହା ସ୍ପଷ୍ଟ ହୋଇନି। ସେ ଏନେଇ କିଛି କହି ନାହାନ୍ତି।

Related story