ଆଜି ବାବୁଶାନଙ୍କ ଜନ୍ମଦିନ; ତୁଟିବ କି କଳି, ଫେରିବେ କି ପତ୍ନୀ, ପୁଅ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ପାଳିବେ ଜନ୍ମ ଦିନ । ତେବେ ଏହି ଜନ୍ମଦିନ କେବଳ ସେ ନିଜ ବାପାମା’ଙ୍କ ସହ ପାଳିବେ, ନା ସାମିଲ ହେବେ ପତ୍ନୀ ଓ ପୁଅ ତାହା ଉପରେ ସମସ୍ତଙ୍କ ନଜର। ଏବେ ଘରେ ବାପାମା’ଙ୍କ ପାଖରେ ଥିବାରୁ ବେଶ୍‌ ଖୁସି ଥିବା ବାବୁଶାନ ସେମାନଙ୍କ ସହ ଜନ୍ମଦିନ ପାଳନ କରିବେ ବୋଲି କହିଛନ୍ତି। […]

babushan

  • Published: Saturday, 30 July 2022
  • , Updated: 30 July 2022, 10:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ପାଳିବେ ଜନ୍ମ ଦିନ । ତେବେ ଏହି ଜନ୍ମଦିନ କେବଳ ସେ ନିଜ ବାପାମା’ଙ୍କ ସହ ପାଳିବେ, ନା ସାମିଲ ହେବେ ପତ୍ନୀ ଓ ପୁଅ ତାହା ଉପରେ ସମସ୍ତଙ୍କ ନଜର।

ଏବେ ଘରେ ବାପାମା’ଙ୍କ ପାଖରେ ଥିବାରୁ ବେଶ୍‌ ଖୁସି ଥିବା ବାବୁଶାନ ସେମାନଙ୍କ ସହ ଜନ୍ମଦିନ ପାଳନ କରିବେ ବୋଲି କହିଛନ୍ତି। ଏଥିସହ ଏହି ଅବସରରେ ପତ୍ନୀ ଓ ପୁଅ ନ ଆସିଲେ ସେ ନିଜେ ସେମାନଙ୍କ ପାଖକୁ ଯିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ବାବୁଶାନ ।

ପ୍ରାୟ ୪ ଦିନ ହେବ ଚେନ୍ନାଇରୁ ଫେରିବା ପରେ ମଧ୍ୟ ବାବୁଶାନ ନିଜ ବାପାମା’ଙ୍କ ପାଖରେ ଥିବା ବେଳେ ପତ୍ନୀ ଓ ପୁଅଙ୍କ ପାଖକୁ ଯାଇ ନାହାନ୍ତି। ଅପରପକ୍ଷେ, ପତ୍ନୀ ତୃପ୍ତି ପୁଅ ସହ ସତ୍ୟନଗରସ୍ଥିତ ନିଜ ବାପଘରେ ରହୁଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ନିମନ୍ତେ ମଧ୍ୟସ୍ଥି ସାଜିଥିବା  ଅଭିନେତା ରବି ମିଶ୍ର ତୃପ୍ତିଙ୍କ ଘରକୁ ଯାଇ ତାଙ୍କୁ ବୁଝାଶୁଝା ଆରମ୍ଭ କରିଛନ୍ତି।  ଏଥିସହ ଖୁବ୍‌ ଶୀଘ୍ର ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଥିବା ତୃପ୍ତି ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନେବ ବୋଲି ତାଙ୍କ ମାଉସୀ କହିଛନ୍ତି।

https://youtu.be/fU1z-Ndw6eg

ଉଭୟ ବାବୁଶାନ ଓ ତୃପ୍ତିଙ୍କ ଘରକୁ ପୁଣି ଥରେ ସଜାଡ଼ିବାକୁ ତଥା ସମ୍ପର୍କକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ପରିବାର ଲୋକେ ଚେଷ୍ଟିତ  ଅଛନ୍ତି। ହେଲେ ଏହା ମଧ୍ୟରେ ଭାଇରାଲ ହୋଇଛି ବାବୁଶାନ ଓ ପ୍ରକୃତିଙ୍କ ଏକ ଅଡିଓ । ଅଡିଓରେ ଉଭୟ ଯୁବକଯୁବତୀ କିଏ ବୋଲି ଜଣା ପଡ଼ି ନ ଥିବା ବେଳେ ଏହା ଉଭୟ ବାବୁଶାନ ଓ ପ୍ରକୃତିଙ୍କ ଭଏସ୍‌ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ଆଲୋଚନା ହେଉଛି। ଭାଇରାଲ ହୋଇଥିବା ଅଡିଓରୁ ଉଭୟଙ୍କ ସମ୍ପର୍କ ବନ୍ଧୁତାରୁ ଅଧିକ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ଏହାକୁ କିପରି ଗ୍ରହଣ କରୁଛନ୍ତି ତୃପ୍ତି, କିପରି ରହିବ ତାଙ୍କ ପ୍ରତିକ୍ରିୟା, ଏହାର ପ୍ରଭାବ ଉଭୟ ବାବୁଶାନ ଓ ତୃପ୍ତିଙ୍କ ଉପରେ ପଡ଼ିବ କି ବୋଲି ଚର୍ଚ୍ଚା ହେଉଛି।

ଗତକାଲି ବାବୁସାନଙ୍କ ଘରକୁ ଯାଇଥିଲେ ପ୍ରଯୋଜକ ସଞ୍ଜୟ ନାୟକ ।  ବାବୁଶାନ ଓ ତାଙ୍କ ପରିବାରକୁ ଭେଟିବା ପରେ ଦୁଇ ଦିନ ପରେ ସବୁ ସମସ୍ୟାର ସମାଧାନ ସହ ଭଲ ଖବର ମିଳିବ ବୋଲି କହିଛନ୍ତି ସଞ୍ଜୟ ନାୟକ । ଏଯାଏ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ଦେଇ ନ ଥିବା ବାବୁଶାନ, ପୁଲିସ୍‌ ପଚରାଉଚରା ପରେ ସବୁ କଥା କହିବେ ବୋଲି କହିଛନ୍ତି।

https://youtu.be/1wuTNLl-_s4

Related story