କେନାଲରୁ ହାତୀ ଛୁଆ ଉଦ୍ଧାର

Ordigital Desk
• Published: Thursday, 16 August 2018
• , Updated: 16 August 2018, 10:29 AM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ଖମାର ନୂଆଗାଁ କେନାଲରୁ ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଛୁଆଟିର ବୟସ ସାତ ମାସ ହେବ ବୋଲି ଅନୁମାନ କରାଯାଉଛି।

ହାତୀପଲ ସହ ଆସିଥିବା ଏହି ଛୁଆଟି କୌଣସି କାରଣରୁ ଫେରି ନପାରି ଏକା ରହି ଯାଇଥିବା ଅନୁମାନ କରାଯାଉଛି।

ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଛୁଆ ହାତୀକୁ ଦେଖି ଉଦ୍ଧାର କରିଥିଲେ।

ଲୋକମାନେ ହାତୀ ଛୁଆକୁ ବିଲରୁ କାନ୍ଧେଇ କାନ୍ଧେଇ ଗାଁକୁ ଆଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ହାତୀ ଛୁଆକୁ ନେଇ ଚିକିତ୍ସା ଲାଗି ପଠାଇଛନ୍ତି।

Related story