ଶିଶୁକୁ ମାଡ଼ମାରି କରିଦେଲେ ଦରମରା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନିଜ ଜନ୍ମିତ ଶିଶୁକୁ ମା’ କରିଦେଇଛି ଦରମରା। ପରିସ୍ଥିତି ଏମିତି ହୋଇଛି ଯେ, କୋମଳମତି ଶିଶୁଟି କଥା ମଧ୍ୟ କହିପାରୁନି। ମୁହଁ, କାନ, ନାକ ସବୁ ଫାଟି ଯାଇଛି। ପିଠିରେ ମାଡ଼ ବସି ଫୁଲି ଯାଇଛି। ବଲାଙ୍ଗିର ସହର ସୁଦପଡ଼ାରେ ଏମତି ଘଟଣା ଘଟିଛି। ଆଜି ଶିଶୁ ଅବସ୍ଥା ଗୁରୁତର ହେବାରୁ ତାର ବାପା, ମା’ ବଲାଙ୍ଗିର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଛୁଆର ଜୀବନ ବିପଦରେ ଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ […]

child-betten

  • Published: Monday, 30 May 2022
  • , Updated: 30 May 2022, 10:21 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନିଜ ଜନ୍ମିତ ଶିଶୁକୁ ମା’ କରିଦେଇଛି ଦରମରା। ପରିସ୍ଥିତି ଏମିତି ହୋଇଛି ଯେ, କୋମଳମତି ଶିଶୁଟି କଥା ମଧ୍ୟ କହିପାରୁନି। ମୁହଁ, କାନ, ନାକ ସବୁ ଫାଟି ଯାଇଛି। ପିଠିରେ ମାଡ଼ ବସି ଫୁଲି ଯାଇଛି। ବଲାଙ୍ଗିର ସହର ସୁଦପଡ଼ାରେ ଏମତି ଘଟଣା ଘଟିଛି। ଆଜି ଶିଶୁ ଅବସ୍ଥା ଗୁରୁତର ହେବାରୁ ତାର ବାପା, ମା’ ବଲାଙ୍ଗିର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଛୁଆର ଜୀବନ ବିପଦରେ ଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଚାଉଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ ସଦସ୍ୟମାନେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ନିମନ୍ତ ବ୍ୟବସ୍ଥା କରିବା ସହ ବାପା, ମା’ଙ୍କୁ ତାଗିଦ କରିଥିଲେ। ଶିଶୁ ସୁସ୍ଥ ହେବା ପରେ ତାର ସୁରକ୍ଷା ନିମନ୍ତେ ସିଡବ୍ଲୁସିରେ କାଉନସିଲିଂ କରାଯାଇ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ ବୋଲି ସଦସ୍ୟମାନ କହିଛନ୍ତି।

ସୂଚନା ମୁତାବକ, ବଲାଙ୍ଗିର ସହର ସୁଦପଡ଼ାର ମଧୁ ସେଠ ଏବଂ ଲକ୍ଷ୍ମୀ ସେଠ ନିଜର ସାତ ବର୍ଷର ଝିଅ ସହିତ କଣ୍ଟାବାଜିଂ ଧୋବାପଡ଼ାରେ ରହନ୍ତି। ମଧୁ ଡ୍ରାଇଭର ଭାବରେ କଣ୍ଟାବାଂଜିରେ କାମ କରନ୍ତି। ଗତକାଲି କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଜୋରଦାର ଝଗଡ଼ା ହୋଇଥିଲା। ମଧୁ ଝଗଡ଼ା କରି ଗାଡି ଚଲାଇବା ପାଇଁ ବାହାରକୁ ଚାଲିଯାଇଥିଲେ। ରାତିରେ ନିଜ ସ୍ୱାମୀଙ୍କ ଉପରେ ଥିବା ରାଗକୁ ନିଜ ସାତ ବର୍ଷର ଝିଅ ଉପରେ ସୁଜାଇଥିଲା ମା। ଝିଅକୁ ପାଠ ପଢ଼ିବାକୁ କହିଥିଲା। ହେଲେ ସେ ପାଠ ନ ପଢ଼ିବାରୁ ସବୁ ରାଗ ତା ଉପରେ ସୁଝାଇ ଦେଇଥିଲା। ବାଡ଼ିରେ ହୋଇଥିବା ନିସ୍ତୁକ ମାଡ଼ରେ ସେ ଦରମରା ହୋଇଯାଇଛି। ଶିଶୁଟି ନେହୁରା ହୋଇଥିଲେ ହେଁ ମା’ ଦୟା କରି ନ ଥିଲା। ଏପରିକି ଗୁରୁତର ଝିଅକୁ ମେଡିକାଲ ମଧ୍ୟ ଆଣି ନ ଥିଲା।

ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଆଜି ସକାଳୁ ଗୁରୁତର ଝିଅକୁ ଉଦ୍ଧାର କରି କଣ୍ଟାବାଂଜି ଡାକ୍ତରଖାନାକୁ ନେଇଥିଲେ। କିଛି ସ୍ଥାନୀୟ ସମାଜସେବୀ ଝିଅର ଚିକିତ୍ସା ବ୍ୟବସ୍ଥା କରିବା ସହିତ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ୟୁଥ ସର୍ଭିସ ସେଣ୍ଟରର ଚାଇଲ୍ଡ ଲାଇନ ଟିମ ଅସି ଝିଅକୁ ଅଧିକ ଚିକିତ୍ସା ପାଇଁ ଆମ୍ୱୁଲାନସରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶରେ ଗୁରୁତର ଝିଅକୁ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଝିଅର ଶରୀର ଯାକ ମାଡ଼ର ଦାଗ ଲାଗିଛି । ମୁହଁରେ ଗଭୀର ଆଘାତ ଲାଗିବା ସହିତ ଫୁଲିଯାଇଛି। ଝିଅଟି ଠିକରେ କଥା ମଧ୍ୟ କହିପାରୁନି। ନିସ୍ତେଜ ହୋଇ ରୋଗୀ ଶଯ୍ୟାରେ ପଡ଼ିଛି। ସେପଟେ ମାଡ଼ ମାରିବା କଥାକୁ ନିଜେ ସ୍ୱୀକାର କରିବା ସହିତ ଆଗକୁ ଆଉ ଏମିତି କରିବିନି ବୋଲି କହିଛି ଶିଶୁର ମା’।

ଏନେଇ ଚାଇଲ୍ଡ ଲାଇନର ଉତ୍କଳିକା ସାହୁ କହିଛନ୍ତି, ଉଭୟ ମା’ ଓ ବାପାଙ୍କ କଳି ମଝିରେ ଝିଅର ଏ ଅବସ୍ଥା ହୋଇଛି। ହେଲେ ସେମାନେ ଦେଉଥିବା ମନ୍ତବ୍ୟ ବାରମ୍ବାର ବଦଳାଉଛନ୍ତି। କେତେବେଳେ କହୁଛନ୍ତି ଦୁଇଜଣଙ୍କ କଳି ମଝିରେ ଝିଅ ଆସିଗଲା। ବାପା ଠେଲି ଦେବାରୁ ତା’ ଉପରେ ଆଳୁ ବସ୍ତା ପଡ଼ିଗଲା। ପୁଣି କେତେବେଳେ କହୁଛନ୍ତି, ମା’ କରିଛି। ଶିଶୁ ଉପରେ ବାରମ୍ବାର ଏଭଳି ଶାରିରୀକ ନିର୍ଯାତନା ହେଉଥିବା ତା’ ଦେହରେ ଥିବା ମାଡ଼ ଦାଗରୁ ଜଣାପଡ଼ିଛି। ତେଣୁ ଶିଶୁ଼ର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ।

Related story