ବିଛଣାରୁ ଦେଢ଼ବର୍ଷର ଶିଶୁପୁତ୍ର ଗାଏବ!

ପାରାଦୀପ (ଏନ୍‌ଏମ୍‌ ବୈଶାଖ): ଦେଢ଼ ବର୍ଷର କୁନି ପୁଅ ରୋହନ୍‌। ମା’ଠାରୁ କ୍ଷୀର ଖାଇ ଶୋଇ ପଡ଼ିଥିଲା। ପୁଅ ଶୋଇ ପଡ଼ିବା ପରେ ମା’ ପରିବାର ଲୋକଙ୍କ ସହ ଖାଇବାକୁ ଯାଇଥିଲେ। ଫେରି ଦେଖନ୍ତି ତ, ରୋହନ୍‌ ନାହିଁ। ବିଛଣା ଖାଲି ପଡ଼ିଛି। ପରେ ଚାରିଆଡେ ଖୋଜା ଖୋଜି କରିବା ପରେ ବି  ଶିଶୁଟିର ପତ୍ତା ମିଳିନାହିଁ। ପୂରା ଘଟଣା ଏମିତି। ପାରାଦୀପ ଥାନା ରେଲୱେ କଲୋନୀରେ ରୁହନ୍ତି ରବୀନ୍ଦ୍ର ନାୟକଙ୍କ ପରିବାର। ଆଜି ଅପରାହ୍ନ ପ୍ରାୟ […]

Baby goes missing in Paradip

Ordigital Desk
  • Published: Sunday, 12 August 2018
  • , Updated: 12 August 2018, 10:17 PM IST

ପାରାଦୀପ (ଏନ୍‌ଏମ୍‌ ବୈଶାଖ): ଦେଢ଼ ବର୍ଷର କୁନି ପୁଅ ରୋହନ୍‌। ମା’ଠାରୁ କ୍ଷୀର ଖାଇ ଶୋଇ ପଡ଼ିଥିଲା। ପୁଅ ଶୋଇ ପଡ଼ିବା ପରେ ମା’ ପରିବାର ଲୋକଙ୍କ ସହ ଖାଇବାକୁ ଯାଇଥିଲେ। ଫେରି ଦେଖନ୍ତି ତ, ରୋହନ୍‌ ନାହିଁ। ବିଛଣା ଖାଲି ପଡ଼ିଛି। ପରେ ଚାରିଆଡେ ଖୋଜା ଖୋଜି କରିବା ପରେ ବି  ଶିଶୁଟିର ପତ୍ତା ମିଳିନାହିଁ।

ପୂରା ଘଟଣା ଏମିତି। ପାରାଦୀପ ଥାନା ରେଲୱେ କଲୋନୀରେ ରୁହନ୍ତି ରବୀନ୍ଦ୍ର ନାୟକଙ୍କ ପରିବାର। ଆଜି ଅପରାହ୍ନ ପ୍ରାୟ ଦେଢ଼ଟାରେ ରବୀନ୍ଦ୍ରଙ୍କ ପତ୍ନୀ ତାଙ୍କ ଦେଢ଼ ବର୍ଷର ପୁଅ ରୋହନକୁ ଖାଇବାକୁ ଦେଇ ଶୁଆଇ ଦେଇଥିଲେ। ଏହି ସମୟରେ ପରିବାରର ସମସ୍ତେ ପ୍ରାୟ ଘରେ ଥିଲେ ମଧ୍ୟ ନିଜ ନିଜ କାମରେ ବ୍ୟସ୍ତ ଥିଲେ।

ରବୀନ୍ଦ୍ରଙ୍କ ପତ୍ନୀ ଖାଇସାରି ବେଡ୍‌ ରୁମ୍‌କୁ ଆସି ଦେଖନ୍ତି, ବିଛଣାରେ ରୋହନ୍‌ ନାହିଁ। ବିଛଣା ଖାଲି ପଡ଼ିଥିବା ଦେଖି ଚାରିଆଡେ ରୋହନଙ୍କୁ ଖୋଜା ଯାଇଥିଲା। କିନ୍ତୁ ତା’ର ପତ୍ତା ମିଳିନଥିଲା। ସବୁଆଡୁ ନିରାଶ ହେବା ପରେ ରବୀନ୍ଦ୍ର ଏନେଇ ପାରାଦୀପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ରେଲୱେ କଲୋନୀ ପାଖ ଶିବ ମନ୍ଦିରରେ ଗତକାଲିଠାରୁ ଜଣେ ବାବାଜୀ ଆସି ରହୁଥିଲେ। ରୋହନ ଗାଏବ ହେବା ପରେ ସମ୍ପୃକ୍ତ ବାବାଜୀଙ୍କ ପତ୍ତା ମଧ୍ୟ ମିଳୁନାହିଁ। ଗାଁ ଲୋକେ ବାବାଜୀଙ୍କ ବ୍ୟାଗ୍‌ରୁ ସ୍କୁଲ ପିଲାଙ୍କ ପୋଷାକ, ତାବିଜ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଥିବା କହିଛନ୍ତି।

ରୋହନ ଗାଏବ ହେବା ପଛରେ ଏହି ବାବାଜୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୁଲିସ ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି।

Related story