ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼

ପୋଲସରା (ଅକ୍ଷୟ ମହାରଣା ): ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼।    ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଛି ଏପରି ଅଭାବନୀୟ କାଣ୍ଡ। ସୂଚନାଯୋଗ୍ୟ, ଆଜି ସକାଳେ ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମ୍ନୀ ଜଣେ ମହିଳା ତଳେ ପଡ଼ି ଯାଇଥିଲେ ।  ଫଳରେ ତାଙ୍କର ପଞ୍ଜରା […]

injured

Niharika Rout
  • Published: Wednesday, 07 July 2021
  • , Updated: 07 July 2021, 11:39 AM IST

ପୋଲସରା (ଅକ୍ଷୟ ମହାରଣା ): ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼।    ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଛି ଏପରି ଅଭାବନୀୟ କାଣ୍ଡ।

ସୂଚନାଯୋଗ୍ୟ, ଆଜି ସକାଳେ ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମ୍ନୀ ଜଣେ ମହିଳା ତଳେ ପଡ଼ି ଯାଇଥିଲେ ।  ଫଳରେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଛି।  ପ୍ରଥମେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

[caption id="attachment_656913" align="aligncenter" width="650"] ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକା ନେବାକୁ ଅସମ୍ଭବ ଭିଡ଼।[/caption]

ସୂଚନାଯୋଗ୍ୟ, ଟିକା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ଼। କେଉଁଠି ଆଗ ଟିକା ନେବା ପାଇଁ  ଲୋକେ  ଠେଲାପେଲା ହେଉଥିବା ବେଳେ କେଉଁଠି ଧାଡ଼ିରେ ଇଟା ବି ଥୋଇବା ଦେଖିବାକୁ ମିଳୁଛି।

Related story