ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଲୋକେ

କରଞ୍ଜିଆ(ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପାଟବିଲ ପଞ୍ଚାୟତର ଜାମୁନାଳିଆ ଗାଁକୁ ଗାଁକୁ ନାହିଁ ରାସ୍ତା କି ନାଳରେ ପୋଲ। ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ। ରାସ୍ତା ନଥିବାରୁ ବିପଦ ସମୟରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ପିଲାଏ ସ୍କୁଲ, କଲେଜ ଯିବାକୁ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ବର୍ଷା ଦିନେ ରାସ୍ତାରେ ପାଣି ଚାଲୁଥିବାରୁ ଗମନାଗମନ ଠପ୍ ହୋଇପଡ଼େ। ଜଳବନ୍ଦୀ ଜୀବନ କାଟନ୍ତି ଗ୍ରାମବାସୀ। ସେପଟେ ଠାକୁରମୁଣ୍ଡା କେନ୍ଦୁଜିଆଣି ପଞ୍ଚାୟତର ଛେରାଟାଙ୍ଗର […]

67890

67890

Tapas Behera
  • Published: Sunday, 22 December 2019
  • Updated: 22 December 2019, 05:36 PM IST

Sports

Latest News

କରଞ୍ଜିଆ(ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପାଟବିଲ ପଞ୍ଚାୟତର ଜାମୁନାଳିଆ ଗାଁକୁ ଗାଁକୁ ନାହିଁ ରାସ୍ତା କି ନାଳରେ ପୋଲ। ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ। ରାସ୍ତା ନଥିବାରୁ ବିପଦ ସମୟରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ପିଲାଏ ସ୍କୁଲ, କଲେଜ ଯିବାକୁ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ବର୍ଷା ଦିନେ ରାସ୍ତାରେ ପାଣି ଚାଲୁଥିବାରୁ ଗମନାଗମନ ଠପ୍ ହୋଇପଡ଼େ।

ଜଳବନ୍ଦୀ ଜୀବନ କାଟନ୍ତି ଗ୍ରାମବାସୀ। ସେପଟେ ଠାକୁରମୁଣ୍ଡା କେନ୍ଦୁଜିଆଣି ପଞ୍ଚାୟତର ଛେରାଟାଙ୍ଗର ଗାଁରେ ବି ସମାନ ଅବସ୍ଥା। ନାଳରେ ପୋଲ ନଥିବାରୁ ଆଣ୍ଠୁଏ ପାଣିରେ ପଶି ଯାଆସ କରୁଛନ୍ତି ଲୋକେ। ଗାଁରେ ପାନୀୟ ଜଳ ସମସ୍ୟା ବି ଲାଗିରହିଛି। ନାଳର ଦୂଷିତ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ରାସ୍ତା ଓ ପୋଲ ନିର୍ମାଣ ଲାଗି ବାରମ୍ବାର ଅଭିଯୋଗ, ଆନ୍ଦୋଳନ କରିବା ପରେ ବି କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ କହିଛନ୍ତି। ସେପଟେ ଉଭୟ ବ୍ଲକର ବିଡିଓ କହିଛନ୍ତି, ବ୍ଲକରେ ଫଣ୍ଡ ନଥିବାରୁ କାମ କରିବା ସମ୍ଭବ ହେଉନଥିବାରୁ ଏନେଇ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos