ଉଚ୍ଛେଦକୁ ବିରୋଧ କଲେ ସାଧୁ; ଭଙ୍ଗା ହେଲାନି ବଡ଼ ଆଖଡ଼ା ମଠ

ପୁରୀ (ମଧୁସୂଦନ ମଶ୍ର ) : କିଛି ଦିନ ହେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଦୋକାନ, ଘର, ମଠ ଉଚ୍ଛେଦ ଜୋରସୋରରେ ଚାଲିଥିବା ବେଳେ ଆଜି ସେଥିରେ ଲାଗିଛି ବ୍ରେକ୍‌। ୨ ଦିନ ଛୁଟି ପରେ ଆଜି ବଡ଼ ଆଖଡ଼ା ମଠକୁ ମାଟିରେ ମିଶାଇବାକୁ ସଜବାଜ ହୋଇଥିଲା ଜିଲ୍ଲା ପ୍ରଶାସନ।   ଭାବିଥିଲା ଏମାର ମଠ ଓ ଲଙ୍ଗୁଳି ମଠ ଉପରେ ବୁଲଡୋଜର ଚାଲିଲା ବେଳେ ଯେମିତି ବେଶି କିଛି ପ୍ରତିବାଦର ସ୍ୱର ଉଠି ନ ଥିଲା, ଏଥର […]

puri-1.1.1

puri-1.1.1

Niharika Rout
  • Published: Tuesday, 03 September 2019
  • Updated: 03 September 2019, 02:50 PM IST

Sports

Latest News

ପୁରୀ (ମଧୁସୂଦନ ମଶ୍ର ) : କିଛି ଦିନ ହେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଦୋକାନ, ଘର, ମଠ ଉଚ୍ଛେଦ ଜୋରସୋରରେ ଚାଲିଥିବା ବେଳେ ଆଜି ସେଥିରେ ଲାଗିଛି ବ୍ରେକ୍‌। ୨ ଦିନ ଛୁଟି ପରେ ଆଜି ବଡ଼ ଆଖଡ଼ା ମଠକୁ ମାଟିରେ ମିଶାଇବାକୁ ସଜବାଜ ହୋଇଥିଲା ଜିଲ୍ଲା ପ୍ରଶାସନ।  

ଭାବିଥିଲା ଏମାର ମଠ ଓ ଲଙ୍ଗୁଳି ମଠ ଉପରେ ବୁଲଡୋଜର ଚାଲିଲା ବେଳେ ଯେମିତି ବେଶି କିଛି ପ୍ରତିବାଦର ସ୍ୱର ଉଠି ନ ଥିଲା, ଏଥର ମଧ୍ୟ ସେପରି ପରିସ୍ଥିତି ରହିବ। ହେଲେ ମଠ ଉଚ୍ଛେଦକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ସାଧୁସନ୍ଥ ଆଜି ମିଳିତ ଭାବେ ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି।

ଏଥିନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁସନ୍ଥ ପୁରୀରେ ଏକାଠି ହୋଇଛନ୍ତି। ସେମାନଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ସଫଳ ହୋଇପାରିନି। ଫଳରେ ଆଜି ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos