ବଡ଼ମ୍ବା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ଜେଲ୍‌ରେ ରବିବାର ସକାଳେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଭୟ ପ୍ରଧାନ (୪୫)। ତାଙ୍କ ଘର ବଡ଼ମ୍ବା ଥାନା ଅନ୍ତର୍ଗତ ମୂଳିଆବା ଗାଁରେ। ଯୌତୁକ ନିର୍ଯାତନା ମାମଲାରେ ମାର୍ଚ୍ଚ ୯ ତାରିଖରୁ ସେ ଜେଲ୍‌ରେ ଥିଲେ। ଜେଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଅଭୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର […]

prisondeath

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 08:16 AM IST

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ଜେଲ୍‌ରେ ରବିବାର ସକାଳେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଭୟ ପ୍ରଧାନ (୪୫)। ତାଙ୍କ ଘର ବଡ଼ମ୍ବା ଥାନା ଅନ୍ତର୍ଗତ ମୂଳିଆବା ଗାଁରେ। ଯୌତୁକ ନିର୍ଯାତନା ମାମଲାରେ ମାର୍ଚ୍ଚ ୯ ତାରିଖରୁ ସେ ଜେଲ୍‌ରେ ଥିଲେ।

ଜେଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଅଭୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଠଗଡ଼ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଠଗଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Related story