ବଡ଼ବିଲ୍‌ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି

କେନ୍ଦୁଝର: ରାଜ୍ୟରେ ଡେଙ୍ଗୁର ପ୍ରକୋପ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ବଡ଼ବିଲ୍‌ ଅଞ୍ଚଳରେ ଡେଙ୍ଗୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଥିବା ବେଳେ ୧୩୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ସିଡିଏମ୍‌ଓ କବୀନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଯୋଡ଼ାରୁ ଏକ ବିଶେଷଜ୍ଞ ଟିମ୍‌ ବଡ଼ବିଲ୍‌ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। କଟକ ବଡ଼ମେଡିକାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଡେଙ୍ଗୁ ୱାର୍ଡରେ ଆଉ ଦୁଇ ଜଣ […]

dengu

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 03:39 PM IST

କେନ୍ଦୁଝର: ରାଜ୍ୟରେ ଡେଙ୍ଗୁର ପ୍ରକୋପ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ବଡ଼ବିଲ୍‌ ଅଞ୍ଚଳରେ ଡେଙ୍ଗୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଥିବା ବେଳେ ୧୩୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ସିଡିଏମ୍‌ଓ କବୀନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଯୋଡ଼ାରୁ ଏକ ବିଶେଷଜ୍ଞ ଟିମ୍‌ ବଡ଼ବିଲ୍‌ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି।

କଟକ ବଡ଼ମେଡିକାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଡେଙ୍ଗୁ ୱାର୍ଡରେ ଆଉ ଦୁଇ ଜଣ ରୋଗୀ ଆଡମିଟ୍‌ ହେବା ପରେ ରୋଗୀଙ୍କ ସଂଖ୍ୟର ୧୪କୁ ବୃଦ୍ଧି ପାଇଛି। ୧୪ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଏସ୍‌ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ୧୪ ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ସେହିପରି ଭଦ୍ରକରେ ୩, କଟକରେ ୩, ଖୋର୍ଦ୍ଧାରେ ଜଣେ ଓ ଯାଜପୁର ଜିଲ୍ଲାର ଜଣେ ରୋଗୀ ଅଛନ୍ତି।

Related story