ବୌଦ୍ଧ: ବସ୍ ଓଲଟି ୨ ମୃତ, ୧୫ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ସିଦ୍ଧପୁରଠାରେ ଆଜି ଭୋର ୪ଟା ବେଳେ  ରାଜଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କର ନାଁ ମୁନା ନେତ ହୋଇଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳିନାହିଁ। ଆହତମାନଙ୍କୁ ସୋନପୁର, ବାଉଁଶୁଣି ଓ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭୁବନେଶ୍ୱରରୁ ରାଜଖରିଆର ଯାଉଥିବା ବେଳେ ଭାରସାମ୍ୟ ହରାଇ ସିଦ୍ଧପୁରଠାରେ ଓଲଟି ପଡ଼ିଥିଲା। […]

bus accident

Rakesh Mallick
  • Published: Tuesday, 03 May 2016
  • , Updated: 03 May 2016, 03:57 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ସିଦ୍ଧପୁରଠାରେ ଆଜି ଭୋର ୪ଟା ବେଳେ  ରାଜଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କର ନାଁ ମୁନା ନେତ ହୋଇଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳିନାହିଁ। ଆହତମାନଙ୍କୁ ସୋନପୁର, ବାଉଁଶୁଣି ଓ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସଟି ଭୁବନେଶ୍ୱରରୁ ରାଜଖରିଆର ଯାଉଥିବା ବେଳେ ଭାରସାମ୍ୟ ହରାଇ ସିଦ୍ଧପୁରଠାରେ ଓଲଟି ପଡ଼ିଥିଲା। ବସରେ ୩୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

Related story