‘ଜିଲ୍ଲାପାଳ ନୁହେଁ, ସରକାରଙ୍କ ନିର୍ଦ୍ଦେଶରେ ବିକ୍ରି ହୋଇଛି’

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଏକମାତ୍ର ସରକାରୀ ଧର୍ମଶାଳା ‘ବଗଲା’କୁ ଭାଗ ଭାଗ କରି ବିକ୍ରି କରାଯାଇଛି। ଏହି ଜମିକୁ ପୁରୀ ଜିଲ୍ଲାପାଳ ଲଜ ମାଲିକଙ୍କୁ ବିକ୍ରି କରିବା ଅଭିଯୋଗ ହୋଇଥିଲା। ଏହା ଉପରେ ପ୍ରତିକ୍ରିୟା ରଖିଛି ଜିଲ୍ଲା ପ୍ରଶାସନ। ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି, ପୁରୀ ଜିଲ୍ଲାପାଳ ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହା ଠିକ୍‌ ନୁହେଁ। ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହୋଇଛି। […]

puri

Manoranjan Sial
  • Published: Wednesday, 19 August 2020
  • , Updated: 19 August 2020, 08:48 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଏକମାତ୍ର ସରକାରୀ ଧର୍ମଶାଳା ‘ବଗଲା’କୁ ଭାଗ ଭାଗ କରି ବିକ୍ରି କରାଯାଇଛି। ଏହି ଜମିକୁ ପୁରୀ ଜିଲ୍ଲାପାଳ ଲଜ ମାଲିକଙ୍କୁ ବିକ୍ରି କରିବା ଅଭିଯୋଗ ହୋଇଥିଲା। ଏହା ଉପରେ ପ୍ରତିକ୍ରିୟା ରଖିଛି ଜିଲ୍ଲା ପ୍ରଶାସନ।

ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି, ପୁରୀ ଜିଲ୍ଲାପାଳ ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହା ଠିକ୍‌ ନୁହେଁ। ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହୋଇଛି। ସେହିପରି ଲଜିଂ ହାଉସ୍‌ ଫଣ୍ଡ କମିଟି ଆକ୍ଟ ଗତ ସେପ୍ଟେମ୍ବର ୨୦୧୮ରୁ ଉଚ୍ଛେଦ ହୋଇଯାଇଛି। ତା’ସହ ଶ୍ରୀମନ୍ଦିରର ୭୫ ମିଟର ଚୌହଦି ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରିଥିବା ଲାଗି ଲଜ ମାଲିକମାନଙ୍କ ପାଇଁ ବଡ଼ଦାଣ୍ଡରେ ଜାଗା ଦେବାକୁ ବଗଲା ଧର୍ମଶାଳା ଜମିକୁ ବଛା ଯାଇଥିଲା। ତେଣୁ ସେହି ମାଲିକମାନଙ୍କୁ ବିକ୍ରି କବଲା କରାଯାଇଥିବା କହିଛନ୍ତି ଏଡିଏମ୍‌।

ତେବେ ବଡ଼ଦାଣ୍ଡରେ ଏକମାତ୍ର ସରକାରୀ ଧର୍ମଶାଳାକୁ ବିକ୍ରି କରିଦେବା ଦ୍ୱାରା ଭକ୍ତ ଓ ଦର୍ଶନାର୍ଥୀ ଆଉ ସୁଲଭ ମୂଲ୍ୟରେ ଶ୍ରୀମନ୍ଦିର ପାଖରେ ରହିବାର ସୁବିଧା ପାଇବେ ନାହିଁ। ତେଣୁ ଏହାର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି।

Related story