ଦିଲ୍ଲୀରେ ପହଞ୍ଚିଲା ବଗଲା ମାମଲା

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ପ୍ଲଟ୍ ବିକ୍ରି ଅଭିଯୋଗ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନିକଟରେ ଫେରାଦ ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏହି ମାମଲାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ସେ ଦାବି ଜଣାଇଛନ୍ତି । ଏନେଇ ଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନ ସ୍ଥିତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।  ବଗଲା ଧର୍ମଶାଳା ଜମି ବିକ୍ରି ପଛରେ […]

sambit

Tapas Behera
  • Published: Friday, 28 August 2020
  • , Updated: 28 August 2020, 08:47 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ପ୍ଲଟ୍ ବିକ୍ରି ଅଭିଯୋଗ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନିକଟରେ ଫେରାଦ ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏହି ମାମଲାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ସେ ଦାବି ଜଣାଇଛନ୍ତି । ଏନେଇ ଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନ ସ୍ଥିତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।  ବଗଲା ଧର୍ମଶାଳା ଜମି ବିକ୍ରି ପଛରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସମ୍ବିତ।  ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୋମବାର ସୁଦ୍ଧା ନିଜର ମତାମତ ରଖିବା ସହ ଏନେଇ ପିଏମ୍ଓଙ୍କୁ ଜଣାଇବେ ବୋଲି କହିଥିବା ସମ୍ବିତ ପାତ୍ର ସୂଚନା ଦେଇଛନ୍ତି। ସମ୍ବିତଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ।

Related story