ବଗଲା ଜମି ବିକ୍ରିକୁ ନେଇ ଅଡୁଆରେ ସରକାର

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର) ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ଅଡୁଆରେ ସରକାର। ରାଜସ୍ୱ ବିଭାଗ ଜାଣତରେ ଜମି ବିକ୍ରି ଅନୁମତି ଦିଆଯାଇଥିବାରୁ ଷଣ୍ଡୁଆସୀ ଆକ୍ରମଣ ଜୋରଦାର କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏହାକୁ ଏକ ବଡ଼ ସ୍କାମର ଆଖ୍ୟା ଦେବା ସହ ଜମି ହଡ଼ପ୍ ପାଇଁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ତେଣେ ଲଜ୍ ମାଲିକଙ୍କୁ କାହିଁକି ବଗଲା ଜମିରେ ଥଇଥାନ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଉଗ୍ର […]

7hv

Tapas Behera
  • Published: Wednesday, 26 August 2020
  • , Updated: 26 August 2020, 08:14 PM IST

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର) ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ଅଡୁଆରେ ସରକାର। ରାଜସ୍ୱ ବିଭାଗ ଜାଣତରେ ଜମି ବିକ୍ରି ଅନୁମତି ଦିଆଯାଇଥିବାରୁ ଷଣ୍ଡୁଆସୀ ଆକ୍ରମଣ ଜୋରଦାର କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏହାକୁ ଏକ ବଡ଼ ସ୍କାମର ଆଖ୍ୟା ଦେବା ସହ ଜମି ହଡ଼ପ୍ ପାଇଁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ତେଣେ ଲଜ୍ ମାଲିକଙ୍କୁ କାହିଁକି ବଗଲା ଜମିରେ ଥଇଥାନ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଉଗ୍ର ହେଉଛି ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ । ଆଉ ଏହାକୁନେଇ ଅଡୁଆରେ ସରକାର । ପୁରୀ ଜିଲ୍ଲାପାଳ ବଗଲା ଧର୍ମଶାଳା ଜମି ବିକ୍ରି ପାଇଁ  ଅନୁମତି ମାଗିଥିଲେ। ଆଉ ରାଜସ୍ୱ ବିଭାଗ ମଧ୍ୟ ଏଥିଲାଗି ପାଇଁ ଅନୁମତି ଦେଇଥିଲା । ରାଜସ୍ୱ ବିଭାଗ ପୁରୀ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ   ବିସ୍ଥାପତି ଲଜ୍ ମାଲିକଙ୍କୁ ଥଇଥାନ ଲାଗି ଜମି ବିକ୍ରି ନେଇ ଉଲ୍ଲେଖ ରହିଛି ।

ଖାତା ନମ୍ବର ୧୫୦ ଓ ୨୪୨ର ୩ଟି ପ୍ଲଟ  ଯଥା ୪୬୧, ୪୫୯, ୪୯୬କୁ ଲଜ୍ ମାଲିକକଙ୍କୁ ବିକ୍ରି କରିବାକୁ ଅନୁମତି ଦିଆଯାଇଛି। ମୋଟ ୨.୦୯୭ ଡିସିମିଲ୍ ଜମି ବଜାର ଦରରେ ବିକ୍ରି ପାଇଁ ଏହି ଅନୁମତି ରହିଛି । ଏହାକୁ ଆଧାର କରି ୬ ଜଣକୁ ବଗଲା ଧର୍ମଶାଳାର ଜମି ବିକ୍ରି କରାଯାଇଛି। ପୂର୍ବରୁ ପୁରୀର ବିକାଶ ଲାଗି ଉଦ୍ଦିଷ୍ଟ ଅଭଡା ସ୍କିମ୍‌ରେ ଏହି ଜମିକୁ ରାଜସ୍ୱ ବିଭାଗକୁ ଦେବା ଲାଗି ନଗର ଉନ୍ନୟନ ବିଭାଗ ଅନୁମତି ଦେଇଥିଲା । ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇ ତଦନ୍ତ ଦାବି କରିଛି । ସେପଟେ ସରକାର ଯଦି ଲଜ୍ ମାଲିକଙ୍କୁ ଥଇଥାନ କଲେ, ବଗଲା ଧର୍ମଶାଳା ଜମି କାହିଁକି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ତେବେ ରାଜସ୍ୱ ମନ୍ତ୍ରୀ କିନ୍ତୁ ଏନେଇ କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି।

ପ୍ରଶ୍ନ ଉଠୁଛି ଦାନ ସୂତ୍ରରେ ମିଳିଥିବା ଜମିକୁ ବିକ୍ରି କେତେ ଯୁକ୍ତିଯୁକ୍ତ? ବିସ୍ଥାପତିଙ୍କୁ ଥଇଥାନ ଲାଗି ଏହି ଜମି ହିଁ ଦିଆଯିବାକୁ କାହିଁକି ନିଷ୍ପତ୍ତି ହେଲା । ପୁରୀର ଅନ୍ୟ ସ୍ଥାନରେ ପର୍ଯ୍ୟାପ୍ତ ସରକାରୀ ଜମି ଥିଲେ ମଧ୍ୟ କାହା ଚାପରେ ଧର୍ମଶାଳା ଜମି ଲଜ୍ ମାଲିକଙ୍କୁ ଦିଆଗଲା । ପୁରୁଣା ବଗଲା ଧର୍ମଶାଳାରେ ୨ଶହ ଲୋକଙ୍କ ରହିବା ସୁବିଧା ଥିବା ବେଳେ ସେହି ଜାଗାରେ ୨ ହଜାର ଲୋକ ରହିବା ଲାଗି ନିର୍ମାଣ ଚାଲିଥିବା ଜିଲ୍ଲା ପ୍ରଶାସନ ପ୍ରେସ୍ ରିଲିଜ୍ ମାଧ୍ୟମରେ ଜଣାଇସାରିଛି । ତେବେ ଗରିବ ତୀର୍ଥଯାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ଏହି ଧର୍ମଶାଳା ଜମିରେ ନୂଆ ଧର୍ମଶାଳା ନକରି ଲଜ୍ ମାଲିକଙ୍କୁ ଦେବାକୁ ନେଇ ଉଠିଛି ପ୍ରଶ୍ନ।

ବଗଲା ଜମି ବିକ୍ରିକୁ ନେଇ ବିବାଦ ବଢିବା ପରେ ପୁରୀ ଜିଲ୍ଲାପାଳ ଟ୍ୱିଟ୍‌ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି । ଧର୍ମଶାଳା ଜମିର ମାତ୍ର ୧୨.୨୩ ପ୍ରତିଶତ ବିକ୍ରି ଲାଗି ବ୍ୟବସ୍ଥା ହୋଇଥିବା ସେ ଦର୍ଶାଇଛନ୍ତି  । କେବେ ବଗଲା ସହ ଧାର୍ମିକ ଭାବନା ଜଡିତ ଥିବାରୁ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର ରହିଛି।

Related story