ସ୍ୱଳ୍ପ ବର୍ଷାରେ ଭୁବନେଶ୍ୱରର ଅବସ୍ଥା ନେଇ କ୍ଷୋଭ ପ୍ରକାଶ କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ପରେ ଗତକାଲି ଭୁବନେଶ୍ୱରର ଅବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟରରେ ସେ ଲେଖିଛନ୍ତି,“ ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟ ସିଟି ହୋଇଥିଲେ ମଧ୍ୟ ପୂର୍ବ ପରି ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି। ଏଭଳି ସମସ୍ୟା ଆଗରୁ କେବଳ ବଡ଼ ବଡ଼ ମେଟ୍ରୋରେ ଦେଖିବାକୁ ମିଳୁଥିଲା।  ଦ୍ରୁତ ଗତିରେ ସହରୀକରଣ ହେଉଥିଲେ ମଧ୍ୟ ଡ୍ରେନେଜ ପରି ମୌଳିକ ବ୍ୟବସ୍ଥାକୁ ଭୁଲି ଯାଉଛୁ। ଏହା ଆମକୁ […]

bbsr

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 02:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ପରେ ଗତକାଲି ଭୁବନେଶ୍ୱରର ଅବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟରରେ ସେ ଲେଖିଛନ୍ତି,“ ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟ ସିଟି ହୋଇଥିଲେ ମଧ୍ୟ ପୂର୍ବ ପରି ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି। ଏଭଳି ସମସ୍ୟା ଆଗରୁ କେବଳ ବଡ଼ ବଡ଼ ମେଟ୍ରୋରେ ଦେଖିବାକୁ ମିଳୁଥିଲା।  ଦ୍ରୁତ ଗତିରେ ସହରୀକରଣ ହେଉଥିଲେ ମଧ୍ୟ ଡ୍ରେନେଜ ପରି ମୌଳିକ ବ୍ୟବସ୍ଥାକୁ ଭୁଲି ଯାଉଛୁ। ଏହା ଆମକୁ ବହୁତ ମହଙ୍ଗା ପଡ଼ିବ।”

ସୂଚନାଯୋଗ୍ୟ, ଗତକାଲି  ଘଣ୍ଟାକର ବର୍ଷାରେ ରାଜଧାନୀର ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ମଣିଷ ଉଚ୍ଚର ପାଣି ବୋହୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଥିବା କାର, ଅଟୋ ଓ ବାଇକ୍‌  ପାଣିରେ ବୁଡିଯାଇଥିଲା। ଫଳରେ ଅନେକ ସମୟ ଧରି ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ଆହୁରି ପଢନ୍ତୁ-ସ୍ମାର୍ଟ ସିଟି ରାସ୍ତାରେ ମଣିଷ ଉଚ୍ଚର ପାଣି: ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ବନ୍ୟା ଭଳି ସ୍ଥିତି

Related story