‘ମମିତା ହତ୍ୟା ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯାଇନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯାଇନି। ରାଜନୈତିକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନି। ମମିତା ହତ୍ୟା ମାମଲାରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମମିତା ହତ୍ୟା ନେଇ ଶ୍ରୀ ପଣ୍ଡା କହିଛନ୍ତି-“ଓଡ଼ିଶାରେ ଗତ କିଛି ବର୍ଷ ହେଲା ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ବଳାତ୍କାର ବଢ଼ି ଚାଲିଛି। ଯେଉଁଥିରେ ରାଜନୈତିକ ଏଙ୍ଗେଲ୍‌ ରହୁଛି। […]

baijayant-panda

Manoranjan Sial
  • Published: Saturday, 23 October 2021
  • , Updated: 23 October 2021, 07:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯାଇନି। ରାଜନୈତିକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନି। ମମିତା ହତ୍ୟା ମାମଲାରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ମମିତା ହତ୍ୟା ନେଇ ଶ୍ରୀ ପଣ୍ଡା କହିଛନ୍ତି-“ଓଡ଼ିଶାରେ ଗତ କିଛି ବର୍ଷ ହେଲା ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ବଳାତ୍କାର ବଢ଼ି ଚାଲିଛି। ଯେଉଁଥିରେ ରାଜନୈତିକ ଏଙ୍ଗେଲ୍‌ ରହୁଛି। ଯାହାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ମମତା ମେହେର ହତ୍ୟା କ୍ଷେତ୍ରରେ ସରକାର ଯେମିତି ପଦକ୍ଷେପ ନେବା କଥା, ସେମିତି ନିଆଯାଇନି।”

ସେ ଆହୁରି କହିଛନ୍ତି-“ରାଜନୈତିକ ବ୍ୟକ୍ତିଙ୍କ ପ୍ରତି ଆରୋପ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଇନି। ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ କାହିଁକି ଯାଉଥିଲେ? ଏହି ଘଟଣା ଏବେ କେବଳ ଓଡ଼ିଶାରେ ସୀମିତ ରହିନି। ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଚର୍ଚ୍ଚା ଜୋର ଧରିଛି। ଆଶା କରୁଛି ଏହା ଉପରେ ନିଶ୍ଚୟ ଆକ୍‌ସନ୍ ନିଆଯିବ।”

https://youtu.be/aRLwfR0Dpgg

ସୂଚନାରୁ ପ୍ରକାଶ, ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରାଯାଇଛି। ମମିତାଙ୍କୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ି ପୋତି ଦେଇଥିଲା। ଏ ସମ୍ପର୍କରେ ସମସ୍ତ ତଥ୍ୟ ପଦାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ଗୋବିନ୍ଦ ଓ ତା’ ସହଯୋଗୀକୁ ଗିରଫ କରିଛି। ତେବେ ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଏପରିକି ଏହାର ମାଳମାଳ ପ୍ରମାଣ ଏବେ ସୋଶାଲ୍‌ ମିଡ଼ିଆରେ ଘୂରି ବୁଲୁଥିଲେ ମଧ୍ୟ କ୍ୟାପଟେନ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯେଉଁଥିପାଇଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ କଂଗ୍ରେସ ଓ ବିଜେପି ସମଗ୍ର ରାଜ୍ୟରେ ରାସ୍ତାକୁ ଓହ୍ଲାଇଛି। ପ୍ରତିବାଦ ପରେ ପ୍ରତିବାଦ କରାଯାଉଛି। ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପତ୍ତଳିକା ଦାହ କରାଯାଉଛି। ଏହା  ସତ୍ତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

Related story