‘ଦୁର୍ନୀତି ଓ ପୂର୍ବ ହତ୍ୟାର ପ୍ରତିବାଦ କରିବାରୁ କୁଳମଣିଙ୍କୁ କରାଯାଇଛି ହତ୍ୟା’

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ସେ ନୃର୍ତ୍ତାଙ୍ଗ ଯାଇ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରୀ ପଣ୍ଡା କହିଛନ୍ତି, ଦୁର୍ନୀତି ଓ ପୂର୍ବ ହତ୍ୟାର ପ୍ରତିବାଦ କରିବାରୁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି। ବୈଜୟନ୍ତ ପଣ୍ଡା କହିଛନ୍ତି-“କୁଳମଣିଙ୍କ ଜୀବନ ପ୍ରତି ବିପଦ ଥିଲା। ଏ ସମ୍ପର୍କରେ ସେ […]

baijayant-panda

Manoranjan Sial
  • Published: Wednesday, 13 January 2021
  • , Updated: 13 January 2021, 04:43 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ସେ ନୃର୍ତ୍ତାଙ୍ଗ ଯାଇ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରୀ ପଣ୍ଡା କହିଛନ୍ତି, ଦୁର୍ନୀତି ଓ ପୂର୍ବ ହତ୍ୟାର ପ୍ରତିବାଦ କରିବାରୁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି।

ବୈଜୟନ୍ତ ପଣ୍ଡା କହିଛନ୍ତି-“କୁଳମଣିଙ୍କ ଜୀବନ ପ୍ରତି ବିପଦ ଥିଲା। ଏ ସମ୍ପର୍କରେ ସେ ପୁଲିସକୁ ଜଣାଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜୀବନ ପ୍ରତି ବିପଦ ଥିବା କୁଳମଣି ଜଣାଇଥିଲେ। ଏସବୁ ସତ୍ତ୍ୱେ ହତ୍ୟାର ଶିକାର ହେଲେ କୁଳମଣି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଓଡ଼ିଶାରେ ଆଇନ୍‌ ସ୍ଥିତି ବିଗିଡ଼ି ଯାଇଥିବା ଏଥିରୁ ଜଣାପଡ଼ୁଛି।”

ସେ କହିଛନ୍ତି-“ରାଜନୈତିକ ହତ୍ୟା ଏଠି ନୂଆ ନୁହେଁ। ନିକଟ ଅତୀତରେ ରାଜ୍ୟରେ ୧୬/୧୭ଟି ହତ୍ୟାକାଣ୍ଡ ଘଟିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ହିଂସାର ବାତାବରଣ ସୃଷ୍ଟି କରାଯାଉଛି। ପଶ୍ଚିମବଙ୍ଗ ଦ୍ୱାରା ଅନୁପ୍ରାଣିତ ହୋଇ ବୋଧହୁଏ ଏଠାରେ ଏମିତି ହିଂସା ଚାଲିଛି। ଶାସକ ଦଳର ସ୍ଥାନୀୟ ନେତାଙ୍କ ଦ୍ୱାରା ଏସବୁ ହେଉଛି।”

ଶ୍ରୀ ପଣ୍ଡା ଆହୁରି କହିଛନ୍ତି-“୪ ବର୍ଷ ତଳେ ଏଠାରେ ରାଜନୈତିକ ହିଂସାର ବାତାବରଣ ସୃଷ୍ଟି କରାଯାଇଥିଲା। ସେତେବେଳେ ମୋ ଉପରେ ହୋଇଥିବା ଆକ୍ରମଣ ବିରୋଧରେ କୁଳମଣି ବାବୁ ସ୍ୱରୋତ୍ତଳନ କରିଥିଲେ। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲି। ଶାସନରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ କହିଥିଲି, କିନ୍ତୁ କିଛି ହେଲାନି। ବରଂ ହିଂସା ବଢ଼ିଛି। ଶିଶୁ, ମହିଳା ଓ ରାଜନୈତିକ ହତ୍ୟା ବଢ଼ିଛି। କୁଳମଣିଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରହିବ।”

Related story