‘ରାକ୍ଷସଙ୍କୁ ସୁଯୋଗ ଦେଲେ ମା’ ଓ ଭଉଣୀ ଅସୁରକ୍ଷିତ ହୋଇପଡ଼ିବେ’

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦୈନିକ ମା’ ଓ ଭଉଣୀଙ୍କ ଇଜ୍ଜତ ଲୁଟ୍‌ ହେଉଛି। ଏହି ରାକ୍ଷସଙ୍କୁ ସୁଯୋଗ ଦେଲେ ମା’ ଓ ଭଉଣୀ ଅସୁରକ୍ଷିତ ହୋଇପଡ଼ିବେ। ତେଣୁ ରାଜ୍ୟରେ ପରିବର୍ତ୍ତନ ଦରକାର। କଟକ ଜିଲ୍ଲାର ସାଲେପୁରଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ‘ସ୍ୱାଭିମାନ’ ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି-“ବିଜୁ ବାବୁଙ୍କ ସହିତ ମୋ ବାପାଙ୍କର ଘନିଷ୍ଠ ସମ୍ପର୍କ […]

baijaya

baijaya

Manoranjan Sial
  • Published: Saturday, 20 April 2019
  • Updated: 20 April 2019, 04:45 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦୈନିକ ମା’ ଓ ଭଉଣୀଙ୍କ ଇଜ୍ଜତ ଲୁଟ୍‌ ହେଉଛି। ଏହି ରାକ୍ଷସଙ୍କୁ ସୁଯୋଗ ଦେଲେ ମା’ ଓ ଭଉଣୀ ଅସୁରକ୍ଷିତ ହୋଇପଡ଼ିବେ। ତେଣୁ ରାଜ୍ୟରେ ପରିବର୍ତ୍ତନ ଦରକାର। କଟକ ଜିଲ୍ଲାର ସାଲେପୁରଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

‘ସ୍ୱାଭିମାନ’ ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି-“ବିଜୁ ବାବୁଙ୍କ ସହିତ ମୋ ବାପାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ତାଙ୍କ (ମୋ ବାପା) ବିୟୋଗ ସମୟରେ ଶାସକ ଦଳର ମୁଖିଆ ଫୁଲଟିଏ ଦେବାକୁ ଆସିଲେ ନାହିଁ। ଏପରିକି କୌଣସି ନେତାଙ୍କୁ ଆସିବା ପାଇଁ ଅନୁମତି ଦିଆଗଲା ନାହିଁ। ଏଇଟା କ’ଣ ଓଡ଼ିଆମାନଙ୍କ ସ୍ୱାଭିମାନ? ଏଭଳି ଶାସକ ଦଳ କ’ଣ ଓଡ଼ିଶାର ସ୍ୱାଭିମାନ ସୁରକ୍ଷା କରିପାରିବେ? ତେଣୁ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।”

ବୈଜୟନ୍ତ ଆହୁରି କହିଛନ୍ତି- “କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳଲାଇନ୍‌ ଆସିଛି। ଟ୍ରେନ୍ ଚଳାଚଳ ପାଇଁ ଟ୍ରାଏଲ୍‌ ରନ୍‌ ହେଉଛି। ଏଥିପାଇଁ ବହୁ ବାଧାବିଘ୍ନ ସୃଷ୍ଟି ହୋଇଛି। ଟାଙ୍ଗୀରେ ଓଭରବ୍ରିଜ୍‌ କରିବା ପାଇଁ ବହୁଥର ସଭାସମିତି କରିଛି। ଏଥିପାଇଁ ଶାସକ ଦଳ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଏହାସତ୍ତ୍ୱେ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କଲେ। ହେଲେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଦେଇପାରିଲେ ନାହିଁ।”

ସେ ଆହୁରି କହିଛନ୍ତି- “ପାନୀୟ ଜଳ ସମସ୍ୟା ଦୂର ପାଇଁ ସାଂସଦ ପାଣ୍ଠିରୁ ଏକ ଲକ୍ଷ ଲିଟର ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରାଯାଇଛି। ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ୫୭ଟି ପାଣି ଟାଙ୍କି ନିର୍ମାଣ କରାଯାଇଛି। ଏଥିପାଇଁ ବହୁ ପ୍ରତିବନ୍ଧକ ଆସିଥିଲା। ପିସି ମଗାଯାଇଥିଲା। ମନା କରିବାରୁ ମୋ ଉପରକୁ ପଥର ଓ ଅଣ୍ଡା ମାଡ଼ ହୋଇଥିଲା।”

ସାଲେପୁର ସମାବେଶରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭି କହିଛନ୍ତି- “ପୂର୍ବ ସରକାର ବେଳେ ପ୍ରତି ମାସରେ କେଉଁଠି ନା କେଉଁଠି ଦଙ୍ଗା ହେଉଥିଲା। ଦଙ୍ଗାରେ ଶହଶହ ନିରୀହ ଲୋକଙ୍କ ଜୀବନହାନି ଘଟୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଗତ ୫ ବର୍ଷରେ  ଗୋଟିଏ ବି ଦଙ୍ଗା ଘଟିନି।”

ନକ୍‌ଭି କହିଛନ୍ତି- “୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକ ଅପପ୍ରଚାର କରାଯାଇଥିଲା। ମୋଦି ପ୍ରଧାନମନ୍ତ୍ରୀ ହେଲେ ଏକ ସମ୍ପ୍ରଦାୟର ଚିନ୍ତା କେବେ ହେଲେ କରିବେ ନାହିଁ। ଇସ୍‌ଲାମିକ ଦେଶ ଗୁଡ଼ିକ ସହିତ ସୁସମ୍ପର୍କ ରହିବ ନାହିଁ। ଏହାକୁ ଭୁଲ ପ୍ରମାଣିତ କରି ମୋଦି ୧୩୦ କୋଟି ଭାରତୀୟଙ୍କୁ ସାଥିରେ ନେଇ ବିକାଶ ମୂଳକ କାମ କରିଛନ୍ତି। ସେହି ରାସ୍ତାରେ ଓଡ଼ିଶାକୁ ଚାଲିବାକୁ ପଡ଼ିବ। ତାହାହେଲେ ଯାଇ ଓଡ଼ିଶାରେ ବିକାଶ ସମ୍ଭବ ହୋଇପାରିବ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ଲୋକମାନେ ବିଜେପି ସମର୍ଥନରେ ଛିଡ଼ା ହୋଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଓଡ଼ିଶା ଓ ଦିଲ୍ଲୀରେ ବିଜେପି ସରକାର ଗଢ଼ିବ।”

ସେ ଆହୁରି କହିଛନ୍ତି-“ଓଡ଼ିଶାରୁ ୭୦୦ ଲୋକ ହଜ୍‌ ଯିବାକୁ ପ୍ରାର୍ଥନା ପତ୍ର ଦେଇଛନ୍ତି। ଏହି ସବୁ ପ୍ରାର୍ଥନାପତ୍ରକୁ ଅନୁମତି ଦିଆଯାଇଛି। ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ୨ ଲକ୍ଷ ଲୋକ ହଜ ଯାତ୍ରା ଯିବାକୁ ସୁଯୋଗ ପାଇଛନ୍ତି। ଏହି କ୍ଷେତ୍ରରେ ଆମେ ପକିସ୍ତାନକୁ ଅତିକ୍ରମ କରିଛୁ। ପାକିସ୍ତାନ ଏକ ମୁସଲମାନ୍‌ ଦେଶ ହୋଇଥିଲେ ସୁଦ୍ଧା ସେଠାରୁ ୧ ଲକ୍ଷ ୮୦ ହଜାର ଲୋକ ହଜ ଯାତ୍ରା କରିବାକୁ ସୁଯୋଗ ପାଇଥିବା ବେଳେ ଭାରତରେ ୨ ଲକ୍ଷ ଯିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଭେଦଭାବରେ ସମାଜର ସବୁକ୍ଷେତ୍ରର ଲୋକଙ୍କ ବିକାଶ କ୍ଷେତ୍ରରେ କାମ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos