ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ବୈଜୟନ୍ତଙ୍କ ଶୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଳିମାଡ଼ରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ସିଞ୍ଜୋ ଆବେଙ୍କ ହତ୍ୟା ଘଟଣା ତାଙ୍କୁ ସ୍ତବ୍ଧ କରି ଦେଇଛନ୍ତି। ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ନେତା ଥିଲେ। ଅନେକ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ସେ ତାଙ୍କର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକାଠି ହୋଇ […]

B PANDA WITH SINJO ABE

Jitendra Garnayak
  • Published: Friday, 08 July 2022
  • , Updated: 08 July 2022, 04:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଳିମାଡ଼ରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ସିଞ୍ଜୋ ଆବେଙ୍କ ହତ୍ୟା ଘଟଣା ତାଙ୍କୁ ସ୍ତବ୍ଧ କରି ଦେଇଛନ୍ତି। ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ନେତା ଥିଲେ। ଅନେକ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ସେ ତାଙ୍କର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକାଠି ହୋଇ କାମ କରିଥିଲେ।

ଏହା ସହିତ ଶ୍ରୀ ପଣ୍ଡା କହିଛନ୍ତି ଯେ ସେ ଅନେକ ଥର ସିଞ୍ଜୋ ଆବେଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି। ସେ ଭାରତର ଜଣେ ପ୍ରକୃତ ବନ୍ଧୁଥିଲେ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ଟ୍ୱିଟରରେ ଚାରୋଟି ଫଟୋ ପୋଷ୍ଟ କରିଛନ୍ତି। ଏଥିରୁ ଗୋଟିଏରେ ସିଞ୍ଜୋ ଆବେଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ଅନ୍ୟଟିରେ ସିଞ୍ଜୋ ଆବେଙ୍କ ସହିତ ନିଜେ ଶ୍ରୀ ପଣ୍ଡା ଅଛନ୍ତି।

କ’ଣ ଘଟିଥିଲା?
ଆଜି ପଶ୍ଚିମ ଜାପାନର ନାରା ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏକ ସଂସଦୀୟ ନିର୍ବାଚନ ପ୍ରଚାର କରୁଥିଲେ। ସେ ଲୋକଙ୍କ ଗହଣରେ ଥାଇ ଭାଷଣ ଦେଉଥିବା ବେଳେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ୟାମାଗାମି ତେତସୁୟା (୪୧) ନାମ ଜଣ ପୂର୍ବତନ ନୌସେନା କର୍ମଚାରୀ ପଛପଟୁ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଆସନ୍ତାକାଲି ରାଷ୍ଟ୍ରୀୟ ଶୋକ
ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସି ସିଞ୍ଜୋ ଆବେଙ୍କ ନେତୃତ୍ୱ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଭାରତ ଓ ଜାପାନର ସଂପର୍କକୁ ସୁଦୃଢ଼ କରିବାରେ ତାଙ୍କର ବହୁତ ଯୋଗଦାନ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଣୁ ତାଙ୍କୁ ସମ୍ମାନ ଜଣାଇ ଆସନ୍ତାକାଲି ଆମ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।

Related story