‘ଆଫଗାନିସ୍ତାନକୁ ଅସ୍ଥିର କରିଛି ପାକିସ୍ତାନ, ସମଗ୍ର ବିଶ୍ୱ ଉପରେ ପଡ଼ିବ ଏହାର ପ୍ରଭାବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତଙ୍କବାଦୀଙ୍କୁ ସମର୍ଥନ ଜଣାଇ ପାକିସ୍ତାନ ବର୍ଷ ବର୍ଷ ଧରି ଆଫଗାନିସ୍ତାନକୁ ଅସ୍ଥିର କରି ଆସୁଛି।  ଆଫଗାନିସ୍ତାନରୁ ଏବେ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କରୁଥିବା ବେଳେ  କାବୁଲକୁ କବଜା କରି ସାରିଲାଣି ତାଲିବାନ। ଏବେ ଆଫଗାନିସ୍ତାନର ସ୍ଥିତି ଯାହା ଅଛି ତାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ। ପୂର୍ବରୁ ଏହି ଅଞ୍ଚଳର ଆତଙ୍କବାଦୀ ଆମେରିକା, ୟୁରୋପ ସହ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ କରିଥିବାର ନଜିର ରହିଛି। ଏଭଳି ସ୍ଥିତି ଏବେ ଦେଖାଦେବା ଆଶଙ୍କା […]

Baijayant Panda

Niharika Rout
  • Published: Monday, 30 August 2021
  • , Updated: 30 August 2021, 01:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତଙ୍କବାଦୀଙ୍କୁ ସମର୍ଥନ ଜଣାଇ ପାକିସ୍ତାନ ବର୍ଷ ବର୍ଷ ଧରି ଆଫଗାନିସ୍ତାନକୁ ଅସ୍ଥିର କରି ଆସୁଛି।  ଆଫଗାନିସ୍ତାନରୁ ଏବେ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କରୁଥିବା ବେଳେ  କାବୁଲକୁ କବଜା କରି ସାରିଲାଣି ତାଲିବାନ। ଏବେ ଆଫଗାନିସ୍ତାନର ସ୍ଥିତି ଯାହା ଅଛି ତାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ। ପୂର୍ବରୁ ଏହି ଅଞ୍ଚଳର ଆତଙ୍କବାଦୀ ଆମେରିକା, ୟୁରୋପ ସହ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ କରିଥିବାର ନଜିର ରହିଛି। ଏଭଳି ସ୍ଥିତି ଏବେ ଦେଖାଦେବା ଆଶଙ୍କା ରହିଛି। ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି। ଆଫଗାନିସ୍ତାନ ସ୍ଥିତିକୁ ନେଇ ଏପରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଏଥିସହ ବୈଜୟନ୍ତ ଆହୁରି କହିଛନ୍ତି, ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ୍‌ଙ୍କୁ ଆଶ୍ରୟ ଦେବା ନେଇ ନୂଆଦିଲ୍ଲୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏପରିକି କାବୁଲରୁ ଗୁରୁଗ୍ରନ୍ଥ ସାହିବକୁ ଏୟାର ଇଣ୍ଡିଆ ଯୋଗେ ଭାରତକୁ ଅଣାଯାଇଛି। ଯେଉଁଠି ସଂଖ୍ୟାଲଘୁ ବିପଦରେ ପଡ଼ନ୍ତି, ଭାରତ ସେମାନଙ୍କୁ ଆଶ୍ରୟ ଦେବାକୁ ଆଗେଇ ଆସେ।

୨ ବର୍ଷ ତଳେ ଯେବେ ସିଏଏ ଆଇନ ଲାଗୁ ହେଲା କିଛି ଲୋକ ଏହାକୁ ବିରୋଧ କରୁଥିଲେ। ଏବେ ସେମାନେ କହୁଛନ୍ତି ସେଠାରୁ ସଂଖ୍ୟାଲଘୁଙ୍କୁ ଆଣି ଏଠାରେ  ଆଶ୍ରୟ ଦିଅ। ରାଜନୈତିକ ଉଦ୍ଦେଶ୍ୟରେ କିଛି ଲୋକ ଦେଶର ହିତ କାମକୁ ଅଟକାନ୍ତି। ଭାରତ ଉପରେ ବିପଦ ରହିଥିବା ବେଳେ ଆମ ସେନା, ବାୟୂ ସେନା ପ୍ରସ୍ତୁତ ଅଛି। ଆମେ ଏକାଠି ରହିଲେ ଆମର କେହି କିଛି କରିପାରିବେ ନାହିଁ ବୋଲି ସେ କହିଛନ୍ତି।

Related story