ଓମାନରେ ଫସିଛନ୍ତି ଦୁଇ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାମ କରିବାକୁ ଯାଇ ଓମାନରେ ଫସିଛନ୍ତି କେନ୍ଦ୍ରାପଡ଼ାର ଦୁଇ ଯୁବକ ପ୍ରଦୀପ କୁମାର ବାଇ ଓ ସୁରେଶ କୁମାର ନାୟକ। ସେଠାରେ ଏକ ଘରୋଇ କମ୍ପାନୀରେ ସେମାନେ ତିନି ମାସ ହେଲା କାମ କରୁଥିବା ବେଳେ ମାତ୍ର ୪୨ ଦିନର ଦରମା ଦିଆଯାଇ ଭୋକ ଉପାସରେ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ସେଠାରୁ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା […]

Baijayant Panda

Baijayant Panda

Jitendra Garnayak
  • Published: Saturday, 28 May 2022
  • Updated: 28 May 2022, 06:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାମ କରିବାକୁ ଯାଇ ଓମାନରେ ଫସିଛନ୍ତି କେନ୍ଦ୍ରାପଡ଼ାର ଦୁଇ ଯୁବକ ପ୍ରଦୀପ କୁମାର ବାଇ ଓ ସୁରେଶ କୁମାର ନାୟକ। ସେଠାରେ ଏକ ଘରୋଇ କମ୍ପାନୀରେ ସେମାନେ ତିନି ମାସ ହେଲା କାମ କରୁଥିବା ବେଳେ ମାତ୍ର ୪୨ ଦିନର ଦରମା ଦିଆଯାଇ ଭୋକ ଉପାସରେ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ସେଠାରୁ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା ପାଇଁ ସେମାନେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରଦୀପ ଓ ସୁରେଶ କିପରି ଘରକୁ ଫେରିପାରିବେ, ସେ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତକୁ ଚିଠି ଲେଖି ନିବେଦନ କରିଛନ୍ତି ଶ୍ରୀ ପଣ୍ଡା।

ପ୍ରଦୀପ ଓ ସୁରେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଓଉପଦାର ସୁବର୍ଣ୍ଣପୁର ଗାଁରେ। ଏ ଦୁହେଁ ରାଜନଗର ବ୍ଲକ ଅନ୍ତର୍ଗତ ମଦନପୁର ଗାଁର ଏଜେଣ୍ଟ ମନମୋହନ ବେହେରାଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ଗତ ଫେବ୍ରୁଆରୀ ମାସ ୧୬ ତାରିଖରେ ଓମାନ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ସେମାନେ ନିଯୁକ୍ତି ପାଇଥିଲେ। କିନ୍ତୁ ନିଯୁକ୍ତି ଦେବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ପାସ୍‌ପୋର୍ଟ ନେଇ ଯାଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଦୀପ ଓ ସୁରେଶଙ୍କୁ ୧୨ ଘଣ୍ଟା ଲେଖାଏଁ ଛିଡ଼ା ହୋଇ କାମ କରିବାକୁ ବାଧ୍ୟ କରାଯାଉଛି। ୩ ମାସରୁ ଅଧିକ ଦିନ କାମ କରିଥିଲେ ମଧ୍ୟ ମାତ୍ର ୪୨ ଦିନର ଦରମା ଦିଆଯାଇଛି। ସେମାନଙ୍କୁ ଭୋକ ଉପାସରେ କାମ କରିବାକୁ ବାଧ୍ୟ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos