ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିଟରରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ୨୦୧୭ ମସିହାରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ ଅଭିଜିତ୍। ‌ ଆଉ ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ହୋହଲ୍ଲା କରିଥିଲେ ଶାସକ ଦଳର ସଦସ୍ୟ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା […]

panda

Jitendra Garnayak
  • Published: Wednesday, 19 September 2018
  • , Updated: 19 September 2018, 08:48 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିଟରରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି।

ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ୨୦୧୭ ମସିହାରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ ଅଭିଜିତ୍। ‌

ଆଉ ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ହୋହଲ୍ଲା କରିଥିଲେ ଶାସକ ଦଳର ସଦସ୍ୟ।

ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି।

ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ ଅଭିଜିତ୍ ଆୟାର ମିତ୍ରଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ସେ କହିଛନ୍ତି,ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ। ବୋଧହୁଏ ସେ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ। ଅବଶ୍ୟ କିଛି ଲୋକ ଏହାର ଭୁଲ୍ ବ୍ୟାଖ୍ୟା କରିଛନ୍ତି। ଯେହେତୁ ଧର୍ମ ଓ ସଂସ୍କୃତି ସମ୍ବେଦନଶୀଳ ପ୍ରସଙ୍ଗ, ସେସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ଆଦୌ ଠିକ୍ ନୁହେଁ।

ଏହା ସହିତ ବୈଜୟନ୍ତ ଲେଖିଛନ୍ତି,“ଏହା କହିବା ଅନାବଶ୍ୟକ ଯେ ମୁଁ ‌ଆମ ଐତିହ୍ୟକୁ ନେଇ ଗର୍ବିତ।”

Related story