କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର):ବନ୍ୟାରେ ପ୍ରବାଭିତ କେନ୍ଦ୍ରାପଡା ଜିଲା ଆଳିର ଧୋୟା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଧୋୟା ଅଞ୍ଚଳର ମାନପୁର, ସଂସିଧା,ଠାକୁରପାଟଣା,ମଙ୍ଗରାଜପୁର ,ପେତପଡା ଆଦି ଗାଁ ଗୁଡିକୁ ଭୁଟୁଭୂଟି ସାହାଯ୍ୟରେ ବୁଲି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଥିବା ପେତପଡା ଗାଁର ମୃତକ କେଶବ ଚନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ । ଏହି କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପିର ଜିଲା ସଭାପତି କିଶୋର ପଣ୍ଡା, ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।