ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରର ନିନ୍ଦା କଲେ ବୈଜୟନ୍ତ: କହିଲେ ଏମିତି କିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପ୍ରଧାନମନ୍ତ୍ରୀଙ୍କ ମାଓବାଦୀମାନେ ହତ୍ୟା କରିବାକୁ  ଷଡ଼ଯନ୍ତ୍ର କରୁଥିବା ରିପୋର୍ଟ ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଏପରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। .@PandaJay ମାଓବାଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, "ଏହା ଅତ୍ୟନ୍ତ ନୃଶଂସ ଏବଂ ମାନବବାଦର ବିରୁଦ୍ଧ। ଏହାକୁ ସାମାନ୍ୟ ଭାବିବା ଉଚିତ ନୁହେଁ। ରାଜୀବ ଗାନ୍ଧିଙ୍କ ହତ୍ୟା ଭଳି ଆଉ ଏକ […]

baijyant-panda

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 08:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପ୍ରଧାନମନ୍ତ୍ରୀଙ୍କ ମାଓବାଦୀମାନେ ହତ୍ୟା କରିବାକୁ  ଷଡ଼ଯନ୍ତ୍ର କରୁଥିବା ରିପୋର୍ଟ ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଏପରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

ପଣ୍ଡା ଟ୍ୱିଟ୍‌ କରି ‘‘ଏହା ଅତ୍ୟନ୍ତ ନୃଶଂସ ଓ ମାନବବାଦର ବିରୋଧ’’ ବୋଲି ଉଲ୍ଲେଖ କରିଛନ୍ତି।

ସେ ଆହୁରି ଲେଖିଛନ୍ତି, “ଯଦି ପ୍ରଧାନମନ୍ତ୍ରୀଙ୍କୁ କିଛି ହୋଇଯାଏ, ତେବେ ଦେଶ ଖଣ୍ଡବିଖଣ୍ଡିତ ହୋଇଯିବ। ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସର ଆବଶ୍ୟକତା ରହିଛି।”

Related story