jaya panda
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ଏବଂ ମହାରାଷ୍ଟ୍ର ପୁଲିସକୁ ନେଇ ବୈଜୟନ୍ତ ପଣ୍ଡା କରିଥିବା ଟ୍ୱିଟ୍ ବୁଝିପାରୁ ନାହାନ୍ତି ବିଜେଡି ନେତା। ଟ୍ୱିଟର ଅର୍ଥକୁ ଅନ୍ୟ ଅର୍ଥରେ ନେଇ ବିଜେଡି ତାଙ୍କ ନାମରେ ମିଛ ପ୍ରଚାର କରୁଛି ବୋଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି "ମୁଁ ଯାହା କହିଥିଲି ତାହାର ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର ହୋଇ ଚେଷ୍ଟା କରୁଛି। ଯେକେହି ମୋର ଟ୍ୱିଟ୍ ଏବଂ ସାକ୍ଷାତକାର ପଢ଼ିପାରିବେ। ଓଡ଼ିଶା ପାକିସ୍ତାନ ଭଳି ବୋଲି ମୁଁ କହିନଥିଲି, ମୁଁ କହିଥିଲି ଯେ ଓଡ଼ିଶା ଏବଂ ମହାରାଷ୍ଟ୍ର ପୋଲିସ ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି। ବୋଧହୁଏ ନବୀନ ବାବୁ ଏହାକୁ ତାଙ୍କ ସହକର୍ମୀମାନଙ୍କ ପାଇଁ ସଠିକ ଭାବେ ଅନୁବାଦ କରିପାରିବେ।"
https://twitter.com/republic/status/1317720473908637703
ମୁମ୍ୱାଇ ପୁଲିସର ଏଭଳି ମତକୁ ସମାଲୋଚନା କରି ଟ୍ୱିଟ୍ କରିଥିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ କହିଥିଲେ “ ମହାରାଷ୍ଟ୍ର ଏବଂ ଓଡ଼ିଶା ପୁଲିସର ନୀତି ନିନ୍ଦନୀୟ। ସାମ୍ୱାଦିକଙ୍କୁ ଉଠାଇ ନେଇ ଯେଉଁଭଳି ଭାବରେ ଜେରା କରୁଛନ୍ତି ତାହା ଆଇନକୁ ଉଲ୍ଲଂଘନ କରୁଛି। ଯେମିତି ପାକିସ୍ତାନରେ ହୁଏ”। ବୈଜୟନ୍ତଙ୍କ ଏହି ଇଂରାଜୀ ଟ୍ୱିଟ୍ ବୁଝି ନପାରି ବାଉଳି ଚାଉଳି ହୋଇ ମିଛ ପ୍ରଚାର କରୁଥିବା ଦେଖିବାକୁ ମିିଳିଛି। ଯାହାର କଡ଼ା ଜବାବ ପୁଣିଥରେ ଦେଇଛନ୍ତି ବୈଜୟନ୍ତ ପଣ୍ଡା।
https://twitter.com/PandaJay/status/1317511828159647744
ଏହାପରେ ରବିବାର ସକାଳେ ରିପବ୍ଲିକ ଟିଭିରେ ୧୧ଟା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହିତ ବୈଜୟନ୍ତ ପଣ୍ଡା ୫ ମିନିଟ ପାଇଁ ଡିବେଟରେ ଭାଗ ନେଇଥିଲେ। ଯେଉଁଥିରେ ବୈଜୟନ୍ତ ରିପବ୍ଲିକ ଟିଭି ରିପୋର୍ଟର ପ୍ରଦୀପ ଭଣ୍ଡାରୀଙ୍କ ବିରୋଧରେ ପୁଲିସର ପଦକ୍ଷେପକୁ ନିନ୍ଦା କରିଥିଲେ। ବେଲୁଚିସ୍ତାନ ଏବଂ ପାକିସ୍ତାନରେ ଯେଉଁ ସାମ୍ବାଦିକ ସତ କୁହେ ତାଙ୍କୁ ସେଠିକାର ପୁଲିସ ବିନା କାରଣରେ ଉଠାଇ ନେଇଯାଏ ବୋଲି ବୈଜୟନ୍ତ ପଣ୍ଡା କହିଥିଲେ। ସମାନ ଘଟଣା ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କ ସହ ମଧ୍ୟ ହୋଇଥିଲା ବୋଲି ବୈଜୟନ୍ତ କହିଥିଲେ। ଓଡ଼ିଶା ଏବଂ ମହାରାଷ୍ଟ୍ର ପୁଲିସ ସମନ ନକରି ସମାନ କାମ କରୁଛି। ଯାହାକି ଆଇନକୁ ଉଲ୍ଲଂଘନ କରୁଛି ବୋଲି ସେ କହିଥିଲେ।
ଆହୁରି ପଢ଼ନ୍ତୁ : ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/jaya-panda.jpg)