ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଲିଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଚୋରା ଚାଲାଣ ଲିଙ୍କ । କୁଖ୍ୟାତ ବ୍ରଜକାପ୍ତା ଚାଲାଣକାରୀ ମାଧବଚନ୍ଦ୍ର ପାତ୍ରଙ୍କୁ ପଚରାଉଚରା କରିବା ପରେ ଏନେଇ ତଥ୍ୟ ମିଳିଛି । ସାତକୋଶିଆରୁ ବ୍ରଜକାପ୍ତା ଧରିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା।  ଢେଙ୍କାନାଳ, ନରସିଂହପୁର ଏବଂ ନୟାଗଡ଼ ଭଳି ଅଞ୍ଚଳରୁ କିଛି ଲୋକଙ୍କୁ ନେଇ  ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ମାଧବଚନ୍ଦ୍ର । ଖାଲି ବ୍ରଜକାପ୍ତା ନୁହେଁ ହାତୀ ଦାନ୍ତ ସ୍ମଗଲିଂ ଓ […]

bbsr

Niharika Rout
  • Published: Tuesday, 24 December 2019
  • , Updated: 24 December 2019, 10:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଚୋରା ଚାଲାଣ ଲିଙ୍କ । କୁଖ୍ୟାତ ବ୍ରଜକାପ୍ତା ଚାଲାଣକାରୀ ମାଧବଚନ୍ଦ୍ର ପାତ୍ରଙ୍କୁ ପଚରାଉଚରା କରିବା ପରେ ଏନେଇ ତଥ୍ୟ ମିଳିଛି । ସାତକୋଶିଆରୁ ବ୍ରଜକାପ୍ତା ଧରିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା।  ଢେଙ୍କାନାଳ, ନରସିଂହପୁର ଏବଂ ନୟାଗଡ଼ ଭଳି ଅଞ୍ଚଳରୁ କିଛି ଲୋକଙ୍କୁ ନେଇ  ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ମାଧବଚନ୍ଦ୍ର ।

ଖାଲି ବ୍ରଜକାପ୍ତା ନୁହେଁ ହାତୀ ଦାନ୍ତ ସ୍ମଗଲିଂ ଓ ଜାଲ୍ ନୋଟ୍ କାରବାରରେ ମଧ୍ୟ ବେଶ ସକ୍ରିୟ ଥିଲା ମାଧବ । ଏବେ ମାଧବକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ବନବିଭାଗ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମାଧବ ସହ ଅନ୍ୟ ୧୦ ଜଣଙ୍କର ଏଥିରେ ସଂପୃକ୍ତି ରହିଛି । ମାଧବଠୁ ତଥ୍ୟ ମିଳିବା ପରେ ଏନେଇ ଖୋଲତାଡ଼ କରୁଛି ବନ ବିଭାଗ ।

Related story