ବଲାଙ୍ଗିରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ କିଛି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ପାଟଣାଗଡ଼ରେ ପହଞ୍ଚିଥିଲେ। ସେଠାରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ। ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାର ନବ ନିର୍ମିତ ଖୁଣ୍ଟସମଲେଇ-ଦୈତାରୀମୁଣ୍ଡା ରାସ୍ତା, ବେଲପଡ଼ା ବ୍ଲକ ପାର୍ଲିମାଲଠାରେ ଅନୁସୂଚିତ ଜନଜାତି ଛାତ୍ରୀନାବାସ, ତେନ୍ତୁଲିମୁଣ୍ଡା ଓ ଧୂମାଭଟାର ନୂତନ ପଞ୍ଚାୟତ ଅଫିସ ଗୃହ ସମେତ […]

bolagiri

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 02:15 PM IST

ବଲାଙ୍ଗିର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ କିଛି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ପାଟଣାଗଡ଼ରେ ପହଞ୍ଚିଥିଲେ। ସେଠାରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ। ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାର ନବ ନିର୍ମିତ ଖୁଣ୍ଟସମଲେଇ-ଦୈତାରୀମୁଣ୍ଡା ରାସ୍ତା, ବେଲପଡ଼ା ବ୍ଲକ ପାର୍ଲିମାଲଠାରେ ଅନୁସୂଚିତ ଜନଜାତି ଛାତ୍ରୀନାବାସ, ତେନ୍ତୁଲିମୁଣ୍ଡା ଓ ଧୂମାଭଟାର ନୂତନ ପଞ୍ଚାୟତ ଅଫିସ ଗୃହ ସମେତ ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ ସହ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଲାଙ୍ଗିର ଟାଉନ ଥାନାରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୭ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଥିଲା।

Related story