ବଲାଙ୍ଗୀର: ଜଣ୍ଡିସରେ ଆଉ ଜଣଙ୍କର ମୃତ୍ୟୁ,ତିନିରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବଲାଙ୍ଗୀର: ଜଣ୍ଡିସରେ ବଲାଙ୍ଗୀର ଜିଲ୍ଲାରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ସମ୍ବଲପୁର ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କୁ ବୁର୍ଲା ମେଡିକାଲରେ ଗୁରୁତର ଭାବେ ଭର୍ତ୍ତୀ କରାଯାଇଥିଲା।ମୃତ ମହିଳାଙ୍କ ନାଁ ଏମ.ଜଗଦମ୍ବା । ତାଙ୍କ ଘର ସ୍ଥାନୀୟ ସୁଦପଡା ବୋଲି ଜଣାପଡିଛି। ଏହି ମହିଳାଙ୍କୁ ମିଶାଇ ବଲାଙ୍ଗୀରରେ ଜଣ୍ଡିସ୍ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଛି। ଗତ ତିନିଦିନ ମଧ୍ୟରେ ବଲାଙ୍ଗୀରରେ ଜଣ୍ଡିସର ସ୍ଥିତି ଉଦ୍‌ବେଗ ଜନକ ରହିଛି।  ଅନ୍ୟପକ୍ଷରେ ଗତ […]

jaundice-death

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 04:40 AM IST

ବଲାଙ୍ଗୀର: ଜଣ୍ଡିସରେ ବଲାଙ୍ଗୀର ଜିଲ୍ଲାରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ସମ୍ବଲପୁର ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କୁ ବୁର୍ଲା ମେଡିକାଲରେ ଗୁରୁତର ଭାବେ ଭର୍ତ୍ତୀ କରାଯାଇଥିଲା।ମୃତ ମହିଳାଙ୍କ ନାଁ ଏମ.ଜଗଦମ୍ବା । ତାଙ୍କ ଘର ସ୍ଥାନୀୟ ସୁଦପଡା ବୋଲି ଜଣାପଡିଛି। ଏହି ମହିଳାଙ୍କୁ ମିଶାଇ ବଲାଙ୍ଗୀରରେ ଜଣ୍ଡିସ୍ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଛି। ଗତ ତିନିଦିନ ମଧ୍ୟରେ ବଲାଙ୍ଗୀରରେ ଜଣ୍ଡିସର ସ୍ଥିତି ଉଦ୍‌ବେଗ ଜନକ ରହିଛି।

 ଅନ୍ୟପକ୍ଷରେ ଗତ ୫ ତାରିଖରେ ଜଣଙ୍କକର ମୃଚ୍ୟୁ ହୋଇଥିଲା। ମୃତକଙ୍କ ନାଁ ଥିଲା ରାଜେନ୍ଦ୍ର ସାହୁ। ମୃତକଙ୍କ ଘର ଚିମିନିଭାଟି ପଡ଼ାରେ ବୋଲି ଜଣାପଡିଛି। ସେହିପରି ଗୁରୁବାରଦିନ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା।

ଗତ ମଙ୍ଗଳବାର ଦିନ ବଲାଙ୍ଗୀର ସହରରେ ଜଣ୍ଡିସ ସ୍ଥିତିର ସମୀକ୍ଷା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ଏହାପରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେଯେ ବଲାଙ୍ଗୀରରେ ମୋଟ ୫୦ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଜଣ୍ଡିସରେ ଆକ୍ରାନ୍ତ ହୋଇ ୬ଜଣ ଡାକ୍ତରଖାନା ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି। ଦୂଷିତ ଜଳ ପିଇବା ଯୋଗୁଁ ଜଣ୍ଡିସ ବ୍ୟାପିଛି ଓ ବ୍ୟବସ୍ଥାରେ ସୁାଧାର ଆଣିବା ପାଇଁ ପୁରୁଣା ପାଣି ପାଇପକୁ ପର୍ଯ୍ୟାୟକ୍ରମେ ବଦଳାଯିବ ବୋଲି ଦୁଇ ମନ୍ତ୍ରୀ କହିଥିଲେ।

 ସେହିଭଳି ଜଣ୍ଡିସ ମୁକାବିଲା ପାଇଁ ଗତକାଲି ବଲାଙ୍ଗୀର ଜିଲ୍ଲାପାଳ ଏମ ମୁଥୁକୁମାରଙ୍କ ତତ୍ୱାବଧାନରେ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି। ଜନସ୍ୱାସ୍ଥ୍ୟ, ପୌରସଂସ୍ଥା, ସ୍ୱାସ୍ଥ୍ୟ, ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନେଇ ଏହି ଟାକ୍ସଫୋର୍ସ ଗଠିତ ହୋଇଛି। ଏହି ଟିମ୍ ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ସମୀକ୍ଷା କରିଛନ୍ତି।

ସରକାରୀ ଭାବେ ଜିଲ୍ଲାରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଉଛି।

Related story