ବଲାଙ୍ଗିର: ମାଓ କ୍ୟାମ୍ପ ଠାବ, ୨ ବନ୍ଧୁକ ସହ ବିସ୍ଫୋରକ ସମାଗ୍ରୀ ଜବତ

ବଲାଙ୍ଗିର/ପଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଶନିବାର କମ୍ବିଂ ବେଳେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ ସିଆରପିଏଫ ଯବାନ। ସେଠାରୁ ୨ଟି ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି ଓ ବହୁ ପରିମାଣରେ ବିସ୍ପୋରକ ସାମଗ୍ରୀ ସହ ମାଓ ପୋଷ୍ଟର ଓ ପୁସ୍ତିକା ଜବତ କରାଯାଇଛି। ସିଆରପିଏଫ ୧୮୯ ବାଟାଲିୟାନ ଡେପୁଟି କମାଣ୍ଡର ପିକେ ମିଶ୍ର ଓ ଆସିଷ୍ଟାଣ୍ଡ ପ୍ରବୀଣ ପାଟିଲ ସହ ୩୪ ଏସଓଜି ଟିମର ମୁଖ୍ୟ ଜିକେ ମହନ୍ତଙ୍କ ନେତୃତ୍ୱରେ ଗନ୍ଧମାର୍ଦ୍ଧନ ପାହାଡର […]

mao samagri

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 01:08 PM IST

ବଲାଙ୍ଗିର/ପଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଶନିବାର କମ୍ବିଂ ବେଳେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ ସିଆରପିଏଫ ଯବାନ। ସେଠାରୁ ୨ଟି ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି ଓ ବହୁ ପରିମାଣରେ ବିସ୍ପୋରକ ସାମଗ୍ରୀ ସହ ମାଓ ପୋଷ୍ଟର ଓ ପୁସ୍ତିକା ଜବତ କରାଯାଇଛି।

ସିଆରପିଏଫ ୧୮୯ ବାଟାଲିୟାନ ଡେପୁଟି କମାଣ୍ଡର ପିକେ ମିଶ୍ର ଓ ଆସିଷ୍ଟାଣ୍ଡ ପ୍ରବୀଣ ପାଟିଲ ସହ ୩୪ ଏସଓଜି ଟିମର ମୁଖ୍ୟ ଜିକେ ମହନ୍ତଙ୍କ ନେତୃତ୍ୱରେ ଗନ୍ଧମାର୍ଦ୍ଧନ ପାହାଡର କନ୍ଦରାଭଟା ନୂଆପାଲି ଅଞ୍ଚଳରେ କମ୍ୱିଂ ଅପରେସନ ଚାଲିଥିବା ବେଳେ ଏହି ମାଓ କ୍ୟାମ୍ପ ଠାବ କରାଯାଇଥିଲା।

Related story